Latest Odisha News

BREAKING NEWS

ହନିମୁନ ଡେଷ୍ଟିନେସନ ପାଇଁ ଶ୍ବଶୁରଙ୍କ କଥା ମାନିଲେନି, ଜ୍ବାଇଁଙ୍କୁ ଏସିଡ୍ ମାଡ

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ସାମାନ୍ୟ ବାଦବିବାଦ ପରେ ଜଣେ ଶ୍ୱଶୁର ରାଗିଯାଇ ନିଜର ଜ୍ବାଇଁ ଉପରେ ଏସିଡ୍ ମାଡ କରିଛନ୍ତି। ଏସିଡ୍ ଯୋଗୁଁ ଜ୍ୱାଇଁ ଗୁରୁତର ଭାବେ ଜଳି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଲ୍ୟାଣ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୁକ୍ତ ଶ୍ୱଶୁର ଫେରାର ହୋଇଯାଇଥିବା କୁହାଯାଉଛି। ଏକ ମାସ ପୂର୍ବେ ବିବାହ କରିଥିଲେ ଇବାଦ୍। ବିବାହ ପରେ ଇବାଦ୍ ହନିମୁନ୍ ପାଇଁ କାଶ୍ମୀର ଯିବାକୁ ଚାହୁଁଥିଲେ। ସେଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ଯ ସରିଯାଇଥିଲା। କିନ୍ତୁ ଶ୍ୱଶୁର ଜାକି କାଶ୍ମୀର ଯିବା ପରିବର୍ତ୍ତେ ସେମାନଙ୍କୁ ମକ୍କା ଏବଂ ମଦିନାକୁ ପ୍ରାର୍ଥନା କରିବାକୁ ଯିବାକୁ କହିଥିଲେ। ହେଲେ ଇବାଦ୍ ଏହାକୁ ମାନିବାକୁ ମନା କରିଦେଇଥିଲେ। ଏହା ପରେ ତାଙ୍କ ଶ୍ୱଶୁରଙ୍କ ସହ ବିବାଦ ଆରମ୍ଭ ହୋଇଥିଲା।

ଏକଦା ଜ୍ବାଇଁ ରାସ୍ତାରେ ଯାଉଥିବା ବେଳେ ଶ୍ବଶୁର ରିକ୍ସାରେ ଆସି ଏସିଡ୍ ମାଡ କରିଥିଲେ। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.