Latest Odisha News

BREAKING NEWS

ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ୪୨.୩ କୋଟିର ଫାଇନ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଯେଉଁଥିପାଇଁ ଡଚ୍ ଡାଟା ପ୍ରୋଟେକସନ ଅଥରିଟି (ଏପି) ଏହା ଉପରେ ୪.୭୪ ମିଲିୟନ ପାଉଣ୍ଡ ଅର୍ଥାତ ପ୍ରାୟ ୪୨.୩ କୋଟି ଟଙ୍କା ଜୋରିମାନା ଲଗାଇଛି।

ରିପୋର୍ଟ ଅନୁଯାୟୀ, ଡଚ୍ ପ୍ରାଇଭେସି ୱାଚଡଗ୍ ଦାବି କରିଛି ଯେ ୨୦୧୮ରୁ ୨୦୨୦ ମଧ୍ୟରେ ୟୁଜର୍ସ ତଥ୍ଯର ଗୋପନୀୟତା ସମ୍ବନ୍ଧରେ ନେଟଫ୍ଲିକ୍ସ ଏହାର ଉପଭୋକ୍ତାମାନଙ୍କୁ କିଛି ସ୍ପଷ୍ଟ ଭାବରେ ଜଣାଇ ନଥିଲା। ତେବେ  ଡଚ୍ ଡାଟା ପ୍ରୋଟେକ୍ସନ ଅଥରିଟି କହିଛି ଯେ ୨୦୧୯ର ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନେଟଫ୍ଲିକ୍ସ ଏହାର ଉପଭୋକ୍ତାମାନଙ୍କ ତଥ୍ଯ ସହ ପ୍ରକୃତରେ କଣ କରୁଛି ତାହା ପ୍ରାଇଭେସି ଷ୍ଟେଟମେଣ୍ଟରେ ଜଣାଇନଥିଲା। ଯାହାକି ଜେନେରାଲ  ଡାଟା ପ୍ରୋଟେକ୍ସନ ରେଗୁଲେସନ (ଜିଡିପିଆର) ନିୟମ ବିରୋଧ ଅଟେ।ଯେଉଁଥିରେ ଦୋଷୀ ସାବ୍ଯସ୍ତ ହୋଇଛି ନେଟଫ୍ଲିକ୍ସ।

ତେବେ ଏହା ଉପରେ ନିଜ ମତ ରଖି ନେଟଫ୍ଲିକ୍ସ କହିଛି ଯେ ଏହି ଯାଞ୍ଚ ପ୍ରାୟ ୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଯାହାକୁ ଆମେ  ସମ୍ପୂର୍ଣ୍ଣ ସହଯୋଗ କରୁଛୁ ଏବଂ ଆମେ  ଆମର ଉପଭୋକ୍ତାମାନଙ୍କ ଗୋପନୀୟତାର  ସୂଚନା ବିଷୟରେ ସଠିକ ସୂଚନା ପ୍ରଦାନ କରୁଛୁ  ଏବଂ ଡଚ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ।

ନେଟଫ୍ଲିକ୍ସ କିଛିଦିନ ତଳେ ନିଜର ନିୟମାବଳୀକୁ ସଂଶୋଧନ କରିବା ସହ ତଥ୍ୟ ଗୁଡିକୁ ସ୍ପଷ୍ଟ କରିଛି। ତେବେ ଡଚ୍ ଡାଟା ପ୍ରୋଟେକ୍ସନ୍ ଅଥରିଟି ଅନୁସାରେ ଯେତେବେଳେ କୌଣସି କମ୍ପାନୀ କୋଟି କୋଟି ଟଙ୍କାର ବାର୍ଷିକ ଆୟ କରୁଥିବ ଏବଂ ଯାହାର ସାରା ଦୁନିଆରୁ ଲକ୍ଷ ଲକ୍ଷ ଉପଭୋକ୍ତା ଥିବେ ସେହି କମ୍ପାନୀ ନିଜ ଗ୍ରାହକ ମାନଙ୍କର ବ୍ୟକ୍ତିଗତ ତଥ୍ୟକୁ କିପରି ବ୍ୟବହାର କରୁଛି ତାହା ସ୍ପଷ୍ଟ ଭାବରେ ଜଣାଇବା ଉଚିତ୍।

Comments are closed.