Latest Odisha News

BREAKING NEWS

ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ନୂଆଦିଲ୍ଲୀ: ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଭାରତୀୟ ସମୟାନୁସାରେ ଆଜି ଭୋର ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ସୂଚନା ଅନୁସାରେ, ନେପାଳ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ନେପାଳରେ ଭୟଙ୍କର ଭୂକମ୍ପ ହୋଇ ତାଣ୍ଡବଲୀଳା ରଚିଥିଲା । ୬.୪ ମ୍ୟାଗ୍ନିଚ୍ୟୁଡର ହୋଇଥିବା ଏହି ଭୂକମ୍ପରେ ଅନେକ ଧନ ଜୀବନ ନଷ୍ଟ ହୋଇଯାଇଥିଲା । ଭୂମିକମ୍ପ ଯୋଗୁଁ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ । ସେହିପରି ୮ ହଜାର ଘର ନଷ୍ଟ ହୋଇଯାଇଥିଲା ।

Leave A Reply

Your email address will not be published.