Latest Odisha News

ଘାଟିରେ ଓଲଟିଲା ମିନି ଟ୍ରକ୍ : ୪ ମୃତ, ୧୨ ଆହତ

ମାଲକାନଗିରି: ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ। ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାର ଦରଭା ଘାଟିରେ ଓଲଟିଲା ମିନି ଟ୍ରକ୍। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ କୋଲେଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗୁରୁତର ଆହତ ମାନଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ଟ୍ରକରେ ଚନ୍ଦାମେଟା ଗାଁର ୩୫ ଜଣ ଆଦିବାସୀ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଥିଲା।  ଦୁର୍ଘଟଣା ଘଟିଥିବା ସ୍ଥାନରୁ କ୍ୟାମ୍ପ ଦୂରତା କମ ହେତୁ  ସେଠାରେ ଜବାନ ମାନେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Comments are closed.