ଚଣ୍ଡିଗଡ: ବଡ ଧରଣର ଦୁର୍ଘଟଣା । ଭୁଶୁଡିଲା ୩ମହଲା କୋଠା । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନେକ ଲୋକ ଭଗ୍ନାବଶେଷ ତଳେ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗି ପଡିଛନ୍ତି। ସେପଟେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେମାନଙ୍କୁ ମଧ୍ୟ ସାମିଲ କରାଯାଇଛି।
ସୂଚନା ଅନୁସାରେ, ପଞ୍ଜାବ ମୋହାଲିର ସୋହାନା ଗାଁରେ ଗତକାଲି ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ପଡିଥିଲା। ଅଧିକାରୀଙ୍କ କହିବା ଅନୁସାରେ ଭାଙ୍ଗି ଯାଇଥିବା କୋଠାର ସମସ୍ତ ତିନି ମହଲାରେ ଏକ ଜିମ ଚାଲିଥିଲା । କୋଠାଟି ଭୁଶୁଡ଼ି ପଡ଼ିଥିବାରୁ ଏହା ତଳେ ୧୫ରୁ ଅଧିକ ଲୋକ ଫସି ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ, ପୋଲିସ ଓ ଅଗ୍ନିଶମ ବାହିନୀ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାରକାର୍ଯ୍ୟରେ ଭାରତୀୟ ସେନା ଓ ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ତେବେ ଆଜି ଭଗ୍ନାବଶେଷ ତଳୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ମୃତକଙ୍କ ମଧ୍ୟରୁ ଜଣେ ହିମାଚଳ ପ୍ରଦେଶର ୨୦ ବର୍ଷୀୟ ଯୁବତୀ ଦୃଷ୍ଟି ବର୍ମା ଦୃଷ୍ଟି ବର୍ମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋହାନା ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେପଟେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।