Latest Odisha News

BREAKING NEWS

ବିନୋଦ କାମ୍ବଲୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଥାନେର ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୀର୍ଘ ଦିନ ହେବ କାମ୍ବଲୀ ଅସୁସ୍ଥ ଅଛନ୍ତି । ନିକଟରେ ସେ ୟୁରିନ ଇନଫେକ୍ସନରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବାରୁ ଡାକ୍ତର ଏବେ ତାଙ୍କର ସମସ୍ତ ଟେଷ୍ଟ କରୁଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ କାମ୍ବଲୀ ଏବଂ ସଚିନ ତେନ୍ଦୁଲକର ଏକତ୍ର ହୋଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅତ୍ୟଧିକ ମଦ୍ୟପାନ ଯୋଗୁ କାମ୍ବଲୀ ଦିନକୁ ଦିନ ଅସୁସ୍ଥ ହୋଇ ପଡିଥିଲେ । ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଇଦେବେ ବୋଲି କହିଥିଲେ । ତେବେ ତାଙ୍କୁ ପ୍ରଥମେ ରିହ୍ୟାବ ଯାଇ ମଦ ଛାଡିବାକୁ ପଡିବ ବୋଲି କହିଥିଲେ । କାମ୍ବଲୀ ତାଙ୍କର ସମସ୍ତ ସର୍ତ ମାନିବାକୁ ପ୍ରସ୍ତୁତ ବୋଲି କହିଥିଲେ ।

ସୂଚନାଯୋଗ୍ୟ, କାମ୍ବଲୀ ଏ ପର୍ଯ୍ୟନ୍ତ ୧୪ଥର ରିହ୍ୟାବ ଯାଇ ସାରିଛନ୍ତି । ସଚିନଙ୍କ ବାଲ୍ୟବନ୍ଧୁ କାମ୍ବଲୀ ୧୯୯୧ରେ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ । ୧୯୯୩ରେ ସେ ଟେଷ୍ଟ ପଦାର୍ପଣ କରି ଝଡ ସୃଷ୍ଟି କରିଥିଲେ । ସେ କମ ଦିନ ମଧ୍ୟରେ ୨ଟି ଦ୍ୱିଶତକ ମାରିଥିଲେ । କ୍ରିକେଟର ଗ୍ଲାମର ଦୁନିଆ ମଧ୍ୟରେ କାମ୍ବଲୀ ଫସିଯିବା ପରେ ଆଉ ଉପରକୁ ଯାଇପାରି ନ ଥିଲେ ।

Leave A Reply

Your email address will not be published.