ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଛି। ତାଙ୍କ ଗିରଫଦାରୀକୁ ନେଇ ହୋଇଥିବା ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ।
ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଉପରେ ଶାରୀରିକ ତଥା ମାନସିକ ଅକ୍ଷମତା ଦର୍ଶାଇ ନକଲି ପ୍ରମାଣପତ୍ର, ନାମ ଏବଂ ସରନେମ୍ ବଦଳାଇବା ଏବଂ ଓବିସି ସାର୍ଟିଫିକେଟ୍ ଜାଲିଆତି କରି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି।
ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ପୂଜା ଖେଡକରଙ୍କ ଉଦ୍ଦେଶ୍ୟ ଥିଲା ଅଧିକାରୀମାନଙ୍କୁ ପ୍ରତାରଣା କରିବା। ସେ ଯାହା କଲେ ତାହା ଏକ ବଡ଼ ଷଡ଼ଯନ୍ତ୍ର। ସେ ନିଯୁକ୍ତି ପାଇଁ ଅଯୋଗ୍ୟ। ତେବେ କେବଳ ଏକ କର୍ତ୍ତୃପକ୍ଷ ନୁହେଁ ବରଂ ସମଗ୍ର ଦେଶରେ ଏହା ଠକେଇର ଏକ କ୍ଲାସିକ ଉଦାହରଣ।