ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ଶୁଟର ମନୁ ଭାକର ୨ଟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ମନୁଙ୍କୁ ଏଥର ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ମିଳିବ ବୋଲି ଆଶା କରାଯାଉଥିଲା । ତେବେ ଖେଳ ପୁରସ୍କାର ପାଇଁ କରାଯାଇଥିବା ଶର୍ଟ ଶିଷ୍ଟରେ ମନୁଙ୍କ ନାମ ନ ଥିବାରୁ ବିବାଦ ଉପୁଜିଥିଲା । ତଦନ୍ତ ପରେ ଜଣା ପଡିଥିଲା ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆ (ଏନଆରଏଆଇ) ମନୁଙ୍କ ନାମ ଖେଳ ରତ୍ନ ପାଇଁ ପଠାଇ ନ ଥିଲା । ଏବେ ଆସୋସିଏଶନ ତାଙ୍କ ଭୁଲ ବୁଝିପାରି ତାଙ୍କ ନାମ ପଠାଇଛି । କ୍ରୀଡା ମନ୍ତ୍ରଣାଳୟ ଏବେ ମନୁଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ନୋମିନେଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
ମନୁ ମଧ୍ୟ କହିଛନ୍ତି ଫର୍ମ ଦାଖଲ ବେଳେ ମୋ ଦ୍ୱାରା ତ୍ରୁଟି ହୋଇଥିଲା । ଅବଶ୍ୟ ମୁଁ ପୁରସ୍କାର ଅପେକ୍ଷା ଦେଶ ପାଇଁ ସମ୍ମାନ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବି ବୋଲି କହିଛନ୍ତି । ପୁରସ୍କାର ମୋର ଶେଷ ଲକ୍ଷ୍ୟ ନୁହେଁ । ଚଳିତ ବର୍ଷ ସରକାର ହରମନପ୍ରୀତ କୌର, ପ୍ରବୀଣ କୁମାରଙ୍କୁ ଖେଳରତ୍ନ ଏବଂ ୩୦ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ନିଷ୍ପତି ନେଇଛନ୍ତି । ଖୁବ ଶୀଘ୍ର ପୁରସ୍କାର ପାଇଥିବା ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।