ଭୁବନେଶ୍ଵର: ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପାଳନ କରାଯାଏ । ଏହି ଦିନକୁ ବଡ ଦିନ ମଧ୍ୟ କୁହାଯାଏ । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଉତ୍ସବମୁଖର ହୋଇଉଠେ । ଏହି ଦିନକୁ ବଡ ଦିନ ମଧ୍ୟ କୁହାଯାଏ । ଏହାସହ ଖ୍ରୀଷ୍ଟମାସ ଡେ ମଧ୍ୟ କୁହାଯାଇଏ ।
ପୂର୍ବରୁ ଗ୍ରିଟିଙ୍ଗ୍ସ ଓ ଚିଠି ଜରିଆରେ ଶୁଭେଚ୍ଛା ଜଣାଉଥିବା ବେଳେ ବର୍ତ୍ତମାନ ଲୋକେ କଲ୍ କିମ୍ବା ମେସଜ୍ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଥାଆନ୍ତି । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଆମେ ଯଦି ‘ହାପି ଦିୱାଲି’ ହାପି ନିୟୁ ଇୟର’ କହି ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି ତେବେ ‘ହାପି ଖ୍ରୀଷ୍ଟମାସ’ ବଦଳରେ ‘ମେରି ଖ୍ରୀଷ୍ଟମାସ’ କାହିଁକି କହୁଛେ । ତେବେ ଆସନ୍ତୁ ଜାଣିବା ଏହା ପଛରେ କାରଣ ।
ମେରୀ ଶବ୍ଦର ଅର୍ଥ ଆନନ୍ଦିତ ବା ଖୁସି। ‘ମେରୀ’ ଶବ୍ଦ ଜର୍ମାନିକ୍ ଏବଂ ଓଲ୍ଡ ଇଂଲିଶକୁ ମିଶାଇ ତିଆରି ହୋଇଛି। ସରଳ ଭାଷାରେ କହିବାକୁ ଗଲେ ମେରୀର ଅର୍ଥ ଏବଂ ଖୁସିର ଅର୍ଥ ଗୋଟିଏ ହିଁ ହୋଇଥାଏ। ବ୍ରିଟେନର ରାଣୀ ଏଲିଜାବେଥ୍ ମଧ୍ୟ ହାପି ଖ୍ରୀଷ୍ଟମାସ କହିବାକୁ ପସନ୍ଦ କରନ୍ତି । ଏହା ସହିତ ଅନେକ ବଡ ବଡ ସେଲିବ୍ରିଟି ମଧ୍ୟ ହାପି ଖ୍ରୀଷ୍ଟମାସ କୁହନ୍ତି । କିନ୍ତୁ ଖ୍ରୀଷ୍ଟମାସରେ, ହାପି ବଦଳରେ ମେରୀ ଶବ୍ଦ ବ୍ୟବହୃତ ହୁଏ। ମେରି ଶବ୍ଦଟି ପ୍ରସିଦ୍ଧ ସାହିତ୍ୟିକ ଚାର୍ଲ୍ସ ଡିକେନ୍ସଙ୍କ ଦ୍ୱାରା ପ୍ରଚାର ହୋଇଥିଲା। ସେ ତାଙ୍କ ବହି ‘ଏ ଖ୍ରୀଷ୍ଟମାସ କ୍ୟାରୋଲ’ରେ ‘ମେରୀ’ ଶବ୍ଦକୁ ସର୍ବାଧିକ ବ୍ୟବହାର କରିଥିଲେ, ଯାହାପରେ ‘ହାପି’ ବଦଳରେ ଖ୍ରୀଷ୍ଟମାସରେ ‘ମେରୀ’ ଶବ୍ଦ ବ୍ୟବହାର କରାଗଲା।
ଏହାପୂର୍ବରୁ ଲୋକମାନେ ହାପି ଖ୍ରୀଷ୍ଟମାସ କହୁଥିଲେ। ଇଂଲଣ୍ଡରେ ଆଜି ବି ଅନେକ ଲୋକ ମେରୀ ବଦଳରେ ହାପି ଖ୍ରୀଷ୍ଟମାସ କୁହନ୍ତି। ଉଭୟ ଶବ୍ଦ ଠିକ୍ କିନ୍ତୁ ‘ମେରୀ’ ଶବ୍ଦଟି ଅଧିକ ପ୍ରଚଳିତ। ଅଧିକାଂଶ ଲୋକେ ମେରୀ ଖ୍ରୀଷ୍ଟମାସ ହିଁ କୁହନ୍ତି। ୧୬ତମ ଶତାବ୍ଦୀରେ ପ୍ରଥମେ ‘ମେରୀ’ ଶବ୍ଦଟି ଆସିଥିଲା। ପରେ ୧୮ ଏବଂ ୧୯ତମ ଶତାବ୍ଦୀରେ ଖ୍ରୀଷ୍ଟମାସରେ ‘ହାପି’ ବଦଳରେ ମେରୀ ଶବ୍ଦକୁ ଅଧିକ ବ୍ୟବହାର କରାଗଲା। କିନ୍ତୁ ଖ୍ରୀଷ୍ଟମାସ ବ୍ୟତୀତ ଅନ୍ୟ କୌଣସି ପର୍ବରେ ‘ମେରୀ’ ଶବ୍ଦ କେବେ ପ୍ରୟୋଗ କରାଯାଉନଥିଲା।