ଭୁବନେଶ୍ଵର: କିଛି ଦିନ ପୂର୍ବରୁ ହିମାଚଳ ପ୍ରଦେଶରେ ମୋବାଇଲ୍ ବ୍ୟାଟେରୀ ବିସ୍ଫୋରଣରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟରେ ଏହା ପ୍ରଥମ ଘଟଣା ଥିଲା। ଯଦିଓ ମୋବାଇଲ୍ ଫୋନ୍ ଆଜିକାଲି ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇପାରିଛି, ତଥାପି ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ବେଳେବେଳେ ଟିକିଏ ଅସାବଧାନତା ବଡ କ୍ଷତି କରିପାରେ । ବ୍ୟାଟେରୀ ବିସ୍ଫୋରଣର ଅନେକ ଘଟଣା ଘଟିଛି, ଯେଉଁଥିରେ କେବଳ ଫୋନ୍ ନୁହେଁ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏପରି ପରିସ୍ଥିତିରେ, କିଛି ଜିନିଷର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |
ତେବେ ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଘଟଣା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ ସମୟରେ ଏମିତି ଦୁର୍ଘଟଣା ଘଟିଥାଏ। ଯଦି ଆପଣ ବି ନିଜ ମୋବାଇଲ ବ୍ୟାଟେରୀ ସହ କିଛି ଏମିତି ଭୁଲ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ନହେଲେ ଆପଣଙ୍କ ଫୋନ ବି ଫାଟିପାରେ।
ନିଜ ମୋବାଇଲ ଫୋନ ବ୍ୟାଟେରୀ ସହ କରନ୍ତୁ ନାହିଁ ଏହି ଭୁଲ
- ସ୍ମାର୍ଟଫୋନ୍କୁ କେବେ ହେଲେ ନିଜ ତକିଆ ତଳେ ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଫୋନର ତାପମାତ୍ରା ବଢ଼ିଥାଏ। ଫଳରେ ଫୋନ୍ ଓଭର ହିଟ୍ ହୋଇ ବିସ୍ଫୋରଣ ହୋଇପାରେ।
- କେବେ ହେଲେ ନକଲି ଚାର୍ଜର ବା ଆଡପ୍ଟର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଫୋନର ଚାର୍ଜିଂ ପଏଣ୍ଟ, ବ୍ୟାଟେରୀ ଖରାପ ହୋଇପାରେ।
- ଯଦି ଆପଣଙ୍କ ଫୋନ୍ ଗରମ ହେଉଥାଏ ତେବେ ଏହାକୁ କିଛି ସମୟ ପାଇଁ ବ୍ୟବହାର କରିବା ବନ୍ଦ କରନ୍ତୁ।
- ଫୋନକୁ ପୂରା ରାତି ଚାର୍ଜିଂରେ ଲଗାନ୍ତୁ ନାହିଁ। ଏହାଦ୍ୱାରା ଫୋନ ଓଭରହିଟ ହୋଇ ଫାଟିବାର ଅଧିକ ସମ୍ଭାବନା ଥାଏ।
- ଫୋନ ଖରାପ ହେଲେ ସବୁବେଳେ ଅଫିସିଆଲ ସର୍ଭିସ ସେଣ୍ଟର ଯାଆନ୍ତୁ।
- ଫୋନକୁ ଚାର୍ଜରେ ବସାଇ ଫୋନ୍ ବ୍ୟବହାର କରନ୍ତୁ ନାହିଁ କି ଫନରେ କଥାବାର୍ତ୍ତା ହୁଅନ୍ତୁ ନାହିଁ । ଏହା ମଧ୍ୟ ଫୋନ ଫାଟିବାର ଏକ କାରଣ ।
- ସାଧାରଣତଃ କିଛି ଲୋକ ଫୋନର ପଛ କଭରରେ କାଗଜ କିମ୍ବା ଟଙ୍କା ରଖିଥାନ୍ତି । ଏପରି କରିବା ଦ୍ଵାରା ଫୋନ ବିସ୍ଫୋରଣ ହୋଇଥାଏ । କଭରରେ ଏସବୁ ରଖିବା ଦ୍ଵାରା ଫୋନ୍ ଗରମ ହୋଇଯାଏ ଏବଂ ତା’ପରେ ଏହା ଫାଟିବାର ଭୟ ଥାଏ।