ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଆରମ୍ଭରୁ ହିଁ ବିରାଟ କୋହଲି ଏବଂ ଯୁବ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ୟାମ କୋନ୍ସାଟସଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲ। ବିବାଦ ଉଗ୍ର ରୂପ ନେବାରୁ ବର୍ତ୍ତମାନ ଆଇସିସି ଏନେଇ କଡା ପଦକ୍ଷେପ ନେଇଛି।
କୋହଲିଙ୍କ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଇଛି ଆଇସିସି। କ୍ରିକେଟ ପଡିଆରେ ସ୍ୟାମ କୋନ୍ସାଟସଙ୍କ ସହ ବିରାଟଙ୍କ ଧକ୍କା ହୋଇଥିଲା। ଯାହାପରେ ଦୁହିଁଙ୍କ ମଧ୍ଯରେ କଥା କଟାକଟି ସ୍ଥିତି ଉପୁଜିଥିଲା।
ତେବେ ବିରାଟ କୋହଲି ତାଙ୍କ ଭୁଲକୁ ସ୍ୱୀକାର କରିଛନ୍ତି। ଅପରପକ୍ଷରେ ଖେଳର ଆଚରଣ ବିଧି ଉଲ୍ଲଘଂନ ହୋଇଥିବା ଦର୍ଶାଇ ଆଇସିସି ବିରାଟଙ୍କ ଉପରେ ଫାଇନ ଲଗାଇଛି। ତାଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଥିଲା ବେଳେ ତାଙ୍କୁ ନିଲମ୍ବିତ କରାଯିବନାହିଁ।
ଅଧିକ ପଢନ୍ତୁ- କୋନ୍ସାଟସ-କୋହଲି ବିବାଦ: ସମାଲୋଚନା କଲେ ପୂର୍ବ କ୍ରିକେଟର
ଆଇସିସି ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳିଙ୍କୁ ୩ କିମ୍ବା ଅଧିକ ଡିମେରିଟ୍ ପଏଣ୍ଟ ମିଳେ ତେବେ ତାଙ୍କୁ ନିଲମ୍ବିତ କରାଯାଇପାରେ। ଅପରପକ୍ଷରେ ଖେଳରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଆଇସିସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।
Comments are closed.