Latest Odisha News

BREAKING NEWS

ଫୁଟବଲର ରଙ୍ଗ କାହିଁକି କଳା ଆଉ ଧଳା?

ନୂଆଦିଲ୍ଲୀ: ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଫୁଟବଲର ରୂପ ମଧ୍ୟ ବହୁତ ବଦଳିଛି । ଏକ ସମୟ ଥିଲା ଯେତେବେଳେ ଫୁଟବଲ୍ କେବଳ କଳା ଏବଂ ଧଳା ରଙ୍ଗର ଥିଲା । ଯଦିଓ ବର୍ତ୍ତମାନ ଏହାର ରୂପ ବହୁତ ବଦଳି ଯାଇଛି । ଆପଣ କେବେ ଚିନ୍ତା କରିଛନ୍ତି କି ଫୁଟବଲ୍ ସବୁବେଳେ କାହିଁକି କଳା ଏବଂ ଧଳା ବୋଲି ବିବେଚନା କରାଯାଉଥିଲା?

ଆଜିର ସମୟରେ, ଫୁଟବଲ୍ କେବଳ ଖେଳ ନୁହେଁ ବରଂ ଏକ ବହୁତ ବଡ ଇଭେଣ୍ଟ ହୋଇପାରିଛି । ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ଟିଭି ମାଧ୍ୟମରେ କ୍ଲବ୍ ମ୍ୟାଚ୍ ଏବଂ ବିଭିନ୍ନ ଲିଗ୍ ଦେଖିପାରୁଛନ୍ତି । ଟିଭି ଦେଖି ଅନ୍ତର୍ଜାତୀୟ ମ୍ୟାଚ୍ କୁ ମଧ୍ୟ ଉପଭୋଗ କରୁଛନ୍ତି । ଭାରତରେ ବସିଥିବା ଜଣେ ଯୁବକ ମଧ୍ୟ ଆର୍ଜେଣ୍ଟିନା କିମ୍ବା ପର୍ତ୍ତୁଗାଲ ଖେଳାଳୀଙ୍କ ଫ୍ୟାନ୍ ହୋଇଯାଉଛନ୍ତି । ଏହି ଦର୍ଶକଙ୍କୁ ଧ୍ୟାନରେ ରଖି ଫୁଟବଲର ରଙ୍ଗ ନିଷ୍ପତ୍ତି ନିଆଯିବା ଆରମ୍ଭ ହେଲା ।

ପୂର୍ବ ସମୟରେ, ଫୁଟବଲଗୁଡ଼ିକ ଚମଡାରେ ତିଆରି ହେଉଥିଲା ଏବଂ ଏହାର ରଙ୍ଗ ଚମଡାର ସାଧାରଣ ରଙ୍ଗ ଥିଲା । ଏହା ବାଦାମୀ ଚମଡାରେ ତିଆରି ହୋଇଥିଲା । ୧୯୬୬ ବିଶ୍ୱକପ୍ ପର୍ଯ୍ୟନ୍ତ, ଏହାର ରଙ୍ଗ ବାଦାମୀ ରଙ୍ଗ ହିଁ ଥିଲା । କିନ୍ତୁ ପରେ ଧୀରେ ଧୀରେ ଫୁଟବଲ ମ୍ୟାଚ୍ ଟିଭିରେ ପ୍ରସାରଣ ଆରମ୍ଭ ହେଲା । ଯେତେବେଳେ ଟେଲିକାଷ୍ଟ ଅଧିକ ବଢିବାକୁ ଲାଗିଲା, ଦର୍ଶକମାନେ ମଧ୍ୟ ବେଶି ବେଶି ଦେଖିବା ଆରମ୍ଭ କଲେ ସେବେ ସେମାନଙ୍କର ଅଭିଜ୍ଞତାକୁ ଆହୁରି ଉନ୍ନତ କରିବାକୁ ଚିନ୍ତା କରାଗଲା । ବାଦାମୀ ରଙ୍ଗ ଚମଡାରେ ତିଆରୁ ହେଉଥିବା ଫୁଟବଲ ଟିଭିରେ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉ ନଥିଲା କିମ୍ବା କଳା ଏବଂ ଧଳା ଟିଭି ଥିବା ଲୋକଙ୍କ ପାଇଁ ଏହା ସ୍ପଷ୍ଟ ଦେଖାଯାଉନଥିଲା ।

ଏଭଳି ପରିସ୍ଥିତିରେ ବଲର ରଙ୍ଗ ବାଦାମୀରୁ କଳା ଏବଂ ଧଳା ରଙ୍ଗରେ ପରିବର୍ତ୍ତିତ ହୋଇଥିଲା । ୧୯୭୦ ରେ, ଆଡିଦାସ୍ କମ୍ପାନୀ ଏହି ସମସ୍ୟାର ସମାଧାନ କରିଥିଲା । ସେ ଟେଲଷ୍ଟାର ନାମକ ଏକ ବଲ ଉଦ୍ଭାବନ କରିଥିଲେ ଯାହାକି କଳା ଏବଂ ଧଳା ଥିଲା । ୧୯୭୦ ବିଶ୍ୱକପରେ ଏହା ପ୍ରଥମେ ବ୍ୟବହୃତ ହୋଇଥିଲା । ଧଳା ପୃଷ୍ଠଭୂମିରେ କଳା ରଙ୍ଗ ହେତୁ ଲୋକମାନେ ବଲ୍ ର ସ୍ପିନ୍ ସହଜରେ ବୁଝିପାରିଲେ । ବଲର ଡିଜାଇନ୍ ମଧ୍ୟ ସ୍ୱତନ୍ତ୍ର ଥିଲା । ଧଳା ରଙ୍ଗର ହେକ୍ସଗନ୍ ଉପରେ ଧଳା ରଙ୍ଗର ପେଣ୍ଟାଗନ ତିଆରି କରାଯାଇଥିଲା । ଏହି ଡିଜାଇନ୍ ରେ ବର୍ତ୍ତମାନ ଅନେକ ପରିବର୍ତ୍ତନ ହୋଇଛି ।

Comments are closed.