Latest Odisha News

ନୂଆବର୍ଷ କାର୍ଯ୍ୟକ୍ରମରେ ଲୋକଙ୍କୁ କଣ୍ଡୋମ ଓ ଓଆରଏସ ବାଣ୍ଟିଲା ପବ୍, ଥାନାରେ ମାମଲା

ବେଙ୍ଗାଲୁରୁ: ପୁରା ଦେଶ ଏବେ ନୂଆବର୍ଷ ଅପେକ୍ଷାରେ । ରାତି ପାହିଲେ ନୂଆବର୍ଷ । ଆଉ ଆଜି ହେଉଛି ୨୦୨୪ର ଶେଷ ଦିନ । ଉତ୍ସାହର ସହ ନୂଆବର୍ଷ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ । ଆଉ ଏହାରି ଭିତରେ ମହାରାଷ୍ଟ୍ରରୁ ଆସିଛି ଏକ ଚକିତ କଲା ଭଳି ଖବର । ମହାରାଷ୍ଟ୍ରର ପୁନେ ସ୍ଥିତ ଏକ ପବ୍ ରେ ନୂଆବର୍ଷ ପାର୍ଟୀରେ ଅତିଥିମାନଙ୍କୁ କଣ୍ଡୋମ ଏବଂ ଓଆରଏସ ଦେଇ ସମସ୍ୟାରେ ପଡିଛି । ପବ୍ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଗତକାଲି ରାତିରେ ପୁନେ ସ୍ଥିତ ହାଇ ସ୍ପିରିଟ୍ସ ପବରେ ଆୟୋଜିତ ନୂଆବର୍ଷ ପାର୍ଟିରେ ଥିବା ସମସ୍ତ ଲୋକ ମାନଙ୍କୁ କଣ୍ଡୋମ ଏବଂ ଓଆରଏସ ଦିଆଯାଇଥିଲା । ପବ୍ ର ଏହି ପଦକ୍ଷେପକୁ ନେଇ ଉଠିଛି ରାଜନୈତିକ ଝଡ । ମହାରାଷ୍ଟ୍ର ପ୍ରଦେଶ ଯୁବ କଂଗ୍ରେସ ପୁନେ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

ମହାରାଷ୍ଟ୍ର ଯୁବ କଂଗ୍ରେସ ସଦସ୍ୟ ଅକ୍ଷୟ ଜୈନ କହିଛନ୍ତି ଯେ, “ଆମେ ପବ୍ ଏବଂ ନାଇଟ୍ ଲାଇଫ୍ ବିରୁଦ୍ଧରେ ନାହେୁ । କିନ୍ତୁ ଯୁବକମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ପ୍ରକାର ମାର୍କେଟିଂ କୌଶଳ ପୁନେର ପରମ୍ପରା ବିରୁଦ୍ଧ ଅଟେ। ତେଣୁ ପବ୍ ମ୍ୟାନେଜମେଣ୍ଟ ବିରୋଧରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଆମର ଦାବି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି କାର୍ଯ୍ୟ ଯୁବପିଢିଙ୍କୁ ଭୁଲ ବାର୍ତ୍ତା ଦେଉଛି, ଯାହା ଭୁଲ ବୁଝାମଣାକୁ ବଢାଇବା ସହ ସମାଜରେ ଖରାପ ପ୍ରଭାବ ପକାଇବ ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ପବ୍ ମାଲିକଙ୍କ ନିକଟକୁ ନୋଟିସ ପଠାଇଛି । ପବ୍ ମାଲିକଙ୍କ କହିବା ଅନୁସାରେ, କଣ୍ଡୋମ ବଣ୍ଟନ କରିବା ଅପରାଧ ନୁହେଁ। ଏସବୁ ବିତରଣ କରିବାର ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ ଦାୟିତ୍ଵପୂର୍ଣ୍ଣ ଆଚରଣକୁ ଉତ୍ସାହିତ କରିବା। ମାମଲାର ଅଧିକ ତଦନ୍ତ ଚାଲିଛି।

Comments are closed.