Latest Odisha News

ସାଇବର ଠକଙ୍କ ପ୍ରଥମ ପସନ୍ଦ ହ୍ବାଟ୍ସଆପ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ଟେଲିଗ୍ରାମ ଏବେ ସାଇବର ଠକଙ୍କ ଠକେଇର ପ୍ରିୟ ପ୍ଲାଟଫର୍ମ ପାଲଟିଛି । ବ୍ୟବହାରକାରୀ ୟୁଜର୍ସଙ୍କୁ ବିଭିନ୍ନ ଥୋପ ପକାଇ ଲୁଟୁଛନ୍ତି ସାଇବର ଅପରାଧି । ହେଲେ ଏହାରି ଭିତରେ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ୍, ଟେଲିଗ୍ରାମ ଏବଂ ଇନଷ୍ଟ୍ରାଗ୍ରାମ ଏବେ ଲୁଟେରାଙ୍କ ପ୍ରଥମ ପସନ୍ଦ ସାଝିଛି । ଏହା ମଧ୍ୟରେ ସବୁଠୁ ଆଗରେ ରହି ଠକେଇରେ ନଂ ୧ ପାଲଟିଛି ମେସେଞ୍ଜର ଆପ୍ ହ୍ବାଟ୍ସଆପ୍ ।

ଗୃହମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୪ର ପ୍ରଥମ ତିନି ମାସରେ, ହ୍ୱାଟ୍ସଆପ୍ ମାଧ୍ୟମରେ ସାଇବର ଠକେଇ ସମ୍ପର୍କରେ ମୋଟ ୪୦ ହଜାର ୭୯୭ଟି ଅଭିଯୋଗ ଆସିଥିଲା । ଏହା ପରେ ଟେଲିଗ୍ରାମ ବିରୁଦ୍ଧରେ ୨୨ ହଜାର ୬୮୦ ଏବଂ ଇନଷ୍ଟାଗ୍ରାମ ଜରିଆରେ ୧୯ ହଜାର ୮୦୦ ଅଭିଯୋଗ ଆସିଥିଲା । ଏଥିସହିତ ବାର୍ଷିକ ଏମଏଚଏ ରିପୋର୍ଟ ୨୦୨୩-୨୪ ଏହା ବି ଉଲ୍ଲେଖ କରାଯାଇଛି ଯେ, ସାଇବର ଠକମାନେ ଏହି ଅପରାଧ କରିବା ପାଇଁ ଗୁଗୁଲ୍ ସେବା ପ୍ଲାଟଫର୍ମକୁ ମଧ୍ୟ ମୋହରା ଭାବେ ବ୍ୟବହାର କରୁଛନ୍ତି ।

ଗୁଗଲରେ ଆସୁଥିବା ବିଜ୍ଞାପନ ଭିତ୍ତିକ କାର୍ଯ୍ୟକ୍ରମକୁ ବ୍ୟବହାର କରୁଛନ୍ତି ସାଇବର ଠକ । ଗୁଗୁଲ୍ ବିଜ୍ଞାପନ ପ୍ଲାଟଫର୍ମ ଦ୍ବାରା ଟାର୍ଗେଟେଡ୍ ବିଜ୍ଞାପନ ପାଇଁ ସୁବିଧାଜନକ ଭାବେ ମୋହରା ପାଉଛନ୍ତି ସାଇବର ଅପରାଧି । ଏମିତିକି ସୀମା ପାର୍ ମଧ୍ୟ ତାଙ୍କର ରାଡର୍ ଖେଲାଇ ପାରୁଛନ୍ତି । ଯାହାକୁ ‘ପିଗ୍ ବଚରିଂ ସ୍କାମ୍ କିମ୍ବା ‘ନିବେଶ ସ୍କାମ୍’ ବୋଲି କୁହାଯାଉଛି । ଏଥିରେ ବିଶ୍ୱବ୍ୟାପୀ ଭାବେ ବଡ଼ ଧରଣର ମନି ଲଣ୍ଡରିଂ ଏବଂ ସାଇବର ସ୍ଲାଭେରୀ ମଧ୍ୟ ସାମିଲ ରହିଛି । ଏମାନଙ୍କର ମୁଖ୍ୟ ଟାର୍ଗେଟରେ ରହିଛନ୍ତି ବେକାର ଯୁବକ, ଗୃହିଣୀ, ଛାତ୍ର ଏବଂ ଅସହାୟ ଲୋକ । ଯେଉଁମାନଙ୍କର ଟଙ୍କା ଆବଶ୍ୟକ ହୋଇଥିବା ବେଳେ ଟିକକ ଯଙ୍କା ଲୋଭ ପାଇଁ ଦୈନିକ ନିଜର ସଞ୍ଚିତ ବିପୁଳ ପରିମାଣର ଟଙ୍କା ହରାଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏଥିରେ ଆହୁରି ମଧ୍ୟ ଦର୍ଶାଯାଇଛି, ଭାରତରେ ବେଆଇନ ଋଣ ପ୍ରଦାନକାରୀ ଆପ୍ ଲଞ୍ଚ କରିବା ପାଇଁ ସଂଗଠିତ ସାଇବର ଅପରାଧୀମାନେ ପ୍ରାୟୋଜିତ ଫେସବୁକ୍ ବିଜ୍ଞାପନଗୁଡ଼ିକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ନିଜର ଠକେଇକୁ ସଫଳ କରିବା ପାଇଁ ମିଥ୍ୟା ଆପ୍ ଲଞ୍ଚ କରି ଏହାର ଲିଙ୍କଗୁଡିକୁ ଆକ୍ଟିଭ୍ ଭାବେ ଫେସବୁକ୍ ସହିତ ସେୟାର କରାଯାଉଛି ।

Comments are closed.