Latest Odisha News

ଖୁସି ଖବର: ଖୁବ ଶୀଘ୍ର ୫ଜି ଲଞ୍ଚ କରିବ ଭିଆଇ, ଚିନ୍ତାରେ ଜିଓ ଏବଂ ଏୟାରଟେଲ

ନୂଆଦିଲ୍ଲୀ: ବଢିଲା ଜିଓ ଏବଂ ଏୟାରଟେଲର ଚିନ୍ତା । ଖୁବ ଶୀଘ୍ର ୫ଜି ଲଞ୍ଚ କରିବାକୁ ଯାଉଛି ଭୋଡାଫୋନ (VI) । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ୭୫ ଟି ସହରରେ ୫ଟି ମୋବାଇଲ୍ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଯୋଜନା କରିଛି କମ୍ପାନୀ ବିଶେଷ କଥା ହେଉଛି କମ୍ପାନୀ ଏହାର ୫ଜି ପ୍ଲାନର ମୂଲ୍ୟ ଜିଓ ଏବଂ ଏୟାରଟେଲ ତୁଳନାରେ ୧୫ ପ୍ରତିଶତ କମ୍ ରଖିବ। ତେଣୁ ଏବେ ଜିଓ ଏବଂ ଏୟାରଟେଲର ଚିନ୍ତା ବଢିଛି । ଭବିଷ୍ୟତରେ ଏହି ୨ କମ୍ପାନୀ ସେମାନଙ୍କର ଟାରିଫ୍ ପ୍ଲାନ ହ୍ରାସ କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଭିଆଇ ପ୍ରଥମେ ୧୭ ଟି ସର୍କଲରେ ପଡ଼ୁଥିବା ଦେଶର ୭୫ଟି ପ୍ରମୁଖ ସହରରେ ଏହି ସେବା ଆରମ୍ଭ କରିବ । କମ୍ପାନୀ ଉକ୍ତ ସହରଗୁଡ଼ିକରେ ଥିବା ଇଣ୍ଡଷ୍ଟ୍ରିଆଲ୍ ହବ୍କୁ ପ୍ରଥମେ ଟାର୍ଗେଟ୍ କରିବ ଯେଉଁଠାରେ ଡାଟା ବ୍ୟବହାର ଅଧିକ ହେଉଥିବ । ଭିଆଇ ଏଥିପାଇଁ ଡିଲର କମିଶନ ବୃଦ୍ଧି କରିବାକୁ ମଧ୍ୟ ଚିନ୍ତା କରୁଛି । ଅନ୍ୟ କମ୍ପାନୀରୁ ଉପଭୋକ୍ତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ କମ୍ପାନୀ ପ୍ରମୋସନାଲ ଖର୍ଚ୍ଚ ମଧ୍ୟ ବଢାଇପାରେ । ତେବେ କହିରଖୁଛୁ ଯେ, ଭିଆଇ ୨୦୨୩-୨୪ ଆର୍ଥିକ ବର୍ଷରେ ଏହାର ବିକ୍ରିର ୮.୪ ପ୍ରତିଶତ ଡିଲର କମିଶନଙ୍କ ପାଇଁ ଖର୍ଚ୍ଚ କରିଛି ଏହାର ତୁଳନାରେ ଜିଓ ୩ ପ୍ରତିଶତ ଏବଂ ଏୟାରଟେଲ ପ୍ରତିଶତ ଖର୍ଚ୍ଚ କରୁଛନ୍ତି

ଭିଆଇ ସିଇଓ ଅକ୍ଷୟ ମୁନ୍ଦରା ସୂଚନା ଦେଇ କହିଛନ୍ତି ଯେ, କମ୍ପାନୀର ୫ଜି ରିଚାର୍ଜ ଯୋଜନା ଶସ୍ତା ହୋଇପାରେ । ତେବେ ଲଞ୍ଚ ତାରିଖ ପାଖେଇ ଆସୁଥିବାରୁ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେପଟେ କେତେକ ବିଶେଷଜ୍ଞଙ୍କ ମତରେ ଏହି ନିଷ୍ପତ୍ତି ଭିଆଇର ରାଜସ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ସେମାନଙ୍କ କହିବା ଅନୁସାରେ, ପ୍ରଥମେ କମ୍ପାନୀ ତା’ର ହ୍ରାସ ପାଉଥିବା ଉପଭୋକ୍ତାଙ୍କୁ ରୋକିବା ଉଚିତ, ତାପରେ ଏହାର ମୂଲ୍ୟ ରଣନୀତି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍।

ତେବେ ନିକଟରେ ଭିଆଇ ୫ଜି ନେଟୱାର୍କରେ ବ୍ୟବହୃତ ସାମଗ୍ରୀ ପାଇଁ ନୋକିଆ, ଏରିକ୍ସନ୍ ଏବଂ ସାମସଙ୍ଗ ସହିତ ୩.୬ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷର କରିଥିଲା ​​ ଆଗାମୀ ବର୍ଷରେ ୭୫,୦୦୦ ୫ଜି ସାଇଟ୍ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି କମ୍ପାନୀ ।

 

Comments are closed.