Latest Odisha News

ଚାମ୍ପିୟନ୍ସ ଟ୍ରଫି: ଦଳ ଚୟନ ପାଇଁ ଆଇସିସିକୁ ଅଧିକ ସମୟ ମାଗିଲା ବିସିସିଆଇ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକସ୍ତାନରେ ଆସନ୍ତା ମାସ ୧୯ରୁ ଆରମ୍ଭ ହେବ । ଭାରତ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ ପାଇଁ ଦଳ ଘୋଷଣା କରି ନାହିଁ । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ଏ ନେଇ ଅଧିକ ସମୟ ମାଗିଛି । ଜାନୁୟାରୀ ୧୨ ସୁଦ୍ଧା ଅସ୍ଥାୟୀ ଦଳ ଘୋଷଣା କରିବା ପାଇଁ ଆଇସିସି ଡେଡଲାଇନ ରଖିଛି । ଭାରତ ୧୮ କିମ୍ବା ୧୯ରେ ଦଳ ଘୋଷଣା କରିବା ପାଇଁ ସମୟ ମାଗିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ଭାରତ ଏବେ ଘରୋଇ ପରିବେଶରେ ଇଂଲଣ୍ଡ ବିରୋଧରେ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ପ୍ରଥମେ ଦଳ ଘୋଷଣା କରିବେ ।

ଏହି ସବୁ କାରଣ ନିମନ୍ତେ ବିସିସିଆଇ ଅଧିକ ସମୟ ମାଗିଛି । ଟିମ ଇଣ୍ଡିଆ ପ୍ରଥମେ ଟି୨୦ ସିରିଜ ପାଇଁ ଦଳ ଘୋଷଣା କରିବ । ଏହା ପରେ ଦିନିକିଆ ସିରିଜ ପାଇଁ ଦଳ ଚୟନ କରାଯିବ । ଚାମ୍ପିୟନ୍ସ ଟ୍ରଫିକୁ ଆଖି ଆଗରେ ରଖାଯାଇ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରାଯିବ । ତେବେ ଅଧିକ ସମୟ ମାଗିବା ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.