ନୂଆଦିଲ୍ଲୀ: ୨୪ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଜୋକୋଭିଚ ଚଳିତ ଅଷ୍ଟ୍ରେଲିଆନ ଓପନରେ ୨୧ ବର୍ଷୀୟ ଜ୍ୟାମେ ଫାରିୟାଙ୍କୁ ୬-୧, ୬-୭, ୬-୩ ଓ ୬-୨ ସେଟରେ ପରାସ୍ତ କରିଥିଲେ । ଓପନ ଏରାରେ ଜୋକୋଭିଚଙ୍କ ଏହା ୪୩୦ତମ ଗ୍ରାଣ୍ଡ ସ୍ଲାମ ସିଙ୍ଗଲ୍ସ ବିଜୟ । ଏହା ପୂର୍ବରୁ ସୁଇଜରଲାଣ୍ଡର ରୋଜର ଫେଡେରରଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୪୨୯ ମ୍ୟାଚରେ ବିଜୟୀ ହୋଇଥିଲେ । ସ୍ପେନର ରାଫେଲ ନାଡାଲ(୩୫୮) ଓ ଆମେରିକା ଜିମ୍ମି କଣ୍ଣର୍ସ (୨୮୨) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ବିଜୟ ସହ ୩୭ ବର୍ଷୀୟ ଜୋକୋଭିଚ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଏବଂ ୧୦୦ତମ ଟୁର ଲେଭଲ ଟାଥଟଲ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ତେବେ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ସର୍ବିୟାର ଏହି ଷ୍ଟାରଙ୍କୁ କଡା ସଂଘର୍ଷ କରିବାକୁ ପଡିଥିଲା । ପ୍ରଥମ ୨ଟି ସେଟ ଜିତିବା ପରେ ଫାରିୟା ତୃତୀୟ ସେଟ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ । ୪ର୍ଥ ସେଟକୁ ସହଜରେ ଜିତି ଜୋକୋଭିଚ ବାଜି ମାରିଥିଲେ ।