ଭୁବନେଶ୍ବର: ଆଜି ହିମାଞ୍ଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ରାଜେଶ ଧର୍ମାନୀ, ବୈଷୟିକ ଶିକ୍ଷା ସଚିବ କନ୍ଦମ ସନ୍ଦୀପ, ନିର୍ଦ୍ଦେଶକ ଅକ୍ଷୟ ସୂଦ ଓ ଓଡିଶା ବୈଷୟିକ ଶିକ୍ଷା ବିଭାଗର ନିର୍ଦେଶକ ସମର୍ଥ ବର୍ମାଙ୍କ ସହ ଭୁବନେଶ୍ବର ସରକାରୀ ବହୁବୃତ୍ତି ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡାଃ ରଜତ କୁମାର ପାଣିଗ୍ରାହୀ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହାପରେ ସେମାନେ ଅନୁଷ୍ଠାନର ସବୁ ବିଭାଗକୁ ବୁଲି ବରିଷ୍ଠ ଓ କନିଷ୍ଠ ଅଧ୍ୟାପିକା ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ଟ୍ରେନିଂ ପ୍ଲେସମେଣ୍ଟରେ ଛାତ୍ରଛାତ୍ରୀମାନେ କେବଳ ଓଡିଶା ନୁହେଁ ଦେଶ ବିଦେଶରେ ନିଯୁକ୍ତି ପାଇଥିବା ଜାଣି ସେ ଖୁସି ହୋଇଥିଲେ। ଚଳିତ ବର୍ଷ ଦୁଇ ଶହରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀମାନଙ୍କର ଟ୍ରେନିଂ ଓ ଉଚ୍ଚ ଶିକ୍ଷା ପାଇଁ ପାସପୋର୍ଟ ପ୍ରସ୍ତୁତ କରାଯାଇଥିବା ଜାଣି ଉଚ୍ଚ ପ୍ରଶଂସା କରିଥିଲେ। ବୈଷୟିକ ଶିକ୍ଷା ସଚିବ କନ୍ଦମ ସନ୍ଦୀପ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କର ଉନ୍ନତି କାମନା କରିଥିଲେ।