Latest Odisha News

ଆଘାତ ସମସ୍ୟା ନେଇ ମିଥ୍ୟା ଖବର ପ୍ରସାରିତ ହେଉଛି: ବୁମରାହ

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଆଘାତ ସମସ୍ୟାରେ ପଡିଛନ୍ତି । ତାଙ୍କ ପିଠି ସମସ୍ୟା ଗୁରୁତର ହୋଇ ପଡିଛି ଏବଂ ସେ ଶେଯରୁ ଉଠି ପାରୁ ନାହାନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଅଧିକ ଚିକିତ୍ସା ପାଇଁ ବୁମରାହ ବେଙ୍ଗାଲୁର ଯିବେ ବୋଲି ଉଲ୍ଲେଖ ରହିଛି । ତେବେ ଏହି ସ୍ପିଡଷ୍ଟାର ଜଣଙ୍କ ଏହି ଖବରକୁ ସମ୍ପୂର୍ଣ୍ଣ ଭିିତିହୀନ ବୋଲି କହିଛନ୍ତି । ମୁଁ ବିଶ୍ରାମ ନେଉଛି ସତ, ମାତ୍ର ଯେଉଁ ଭଳି ଭାବେ ବର୍ଣ୍ଣନା କରାଯାଉଛି ସେପରି ନୁହେଁ ।

ଏପରିକି ସେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବେ ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏ ଭଳି ମିଥ୍ୟା ଖବର ଦେଖି ହସିବା ବ୍ୟତୀତ ମୋ ପାଖରେ ଆଉ କିଛି ବିକଳ୍ପ ନାହିଁ ବୋଲି ବୁମରାହ କହିଛନ୍ତି । ତେବେ ସେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ତେବେ ବୁମରାହଙ୍କ ପ୍ରତିକ୍ରିୟା ପରେ ପ୍ରଶଂସକ ସେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବେ ବୋଲି ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.