Latest Odisha News

BREAKING NEWS

ପୁଣି ସରକାରକୁ ଫେରିବ ଆପ ? ଆସିଲା ନୂଆ ଏକଜିଟ ପୋଲ

ନୂଆଦିଲ୍ଲୀ: ଦିନକ ପରେ ଆସିବ ଦିଲ୍ଲୀ ରେଜଲ୍ଟ । କଣ ହେବ ଏଥର ଦିଲ୍ଲୀରେ, ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ! ତେବେ ଏକ୍‌ଜିଟ୍‌ ପୋଲ୍‌ରେ ବିଜେପି ଜିତୁଥିବାବେଳେ ହାରିଛୁ ଆମ ଆଦ୍‌ମୀ ପାର୍ଟି । କୁହାଯାଉଛି କି ୨୭ ବର୍ଷ ପରେ ଦିଲ୍ଲୀରେ ଫେରିବ ବିଜେପି । ଏକଜିଟ୍‌ ପୋଲ୍‌ର ପୂର୍ବାନୁମାନ ବିଜେପି ପାଇଁ ବହୁତ ବଡ଼ ଖୁସିର ଖବର ଆଣିଛି । କିଛି ରାଜ୍ୟରେ ସହଯୋଗୀ ଦଳ ସହ ମିଶାଇ ବିଜେପି ଏବେ ୨୦ ଟି ରାଜ୍ୟରେ ଶାସନ କରୁଛି । କିନ୍ତୁ ରାଜଧାନୀ ଦିଲ୍ଲୀ ବିଜେପି ପାଇଁ ଅପହଞ୍ଚ ବନିଯାଇଥିଲା । ଏବେ ଏକଜିଟ୍‌ ପୋଲ୍‌ର ପୂର୍ବାନୁମାନ ଯଦି ସତ ହୁଏ, ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିରାଟ ବଡ଼ ବିଜୟର ଆଉ ଏକ ଟିକା ଲାଗିବ ।ତେବେ ନିକଟ ଅତୀତର କିଛି ନିର୍ବାଚନରେ ଦିଲ୍ଲୀରେ ସମ୍ପୂର୍ଣ୍ଣ ଫେଲ୍ ହୋଇଥିବା ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥାର ଆକଳନ, ଏଥର ସତ ହେବ ତ ! ଆପ୍ ଓ କଂଗ୍ରେସ ବି ଏହାକୁ ବିଶ୍ବାସକୁ ନେଉ ନାହାନ୍ତି ।

ମାଇଣ୍ଡ ବ୍ରିଙ୍କ୍‌ ଏବଂ ଓ୍ବିପ୍ରିସାଇଡ୍‌କୁ ଛାଡ଼ିଦେଲେ ୯ଟି ଏକଜିଟ୍‌ ପୋଲ୍‌ ସଂସ୍ଥା ବିଜେପିକୁ ବହୁମତର ସଙ୍କେତ ଦେଇଛି । ଦିଲ୍ଲୀ ସିଂହାସନ ହାସଲ ପାଇଁ ୩୬ଟି ଆସନର ଆବଶ୍ୟକତା ଥିବାବେଳେ ଅଧିକାଂଶ ସଂସ୍ଥା ୩୬ ଉପରେ ପୂର୍ବାନୁମାନ ଦେଇଛନ୍ତି । ଲଗାତାର ୩-୩ ଥର ମୁଖ୍ୟମନ୍ତ୍ରୀ ରହି ରେକର୍ଡ ସୃଷ୍ଟି କରିଥିବା ଅରବିନ୍ଦ କେଜରିଓ୍ବାଲ ଏଥର ହାରିଯିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ମଦ ଦୁର୍ନୀତି, ବାୟୁ ଓ ପାଣି ପ୍ରଦୂଷଣ, ଦିଲ୍ଲୀର ଭଙ୍ଗା ରାସ୍ତା ଓ ସରକାର ବିରୋଧୀ ହାଓ୍ବା, ଆମ୍‌ ଆଦ୍‌ମୀ ପାର୍ଟିର ମୂଳଦୂଆକୁ ଦୋହଲାଇ ଦେଇଛି ।

ମଦ ଦୁର୍ନୀତି ମାମଲାରେ ଜେଲ୍‌ ଯିବା ଘଟଣା, ତାଙ୍କ ପ୍ରତି ସହାନୁଭୂତି ସୃଷ୍ଟି କରିପାରିନାହିଁ ବୋଲି ଅନୁମାନ କରାଯାଉଛି । ଏହାଛଡ଼ା କେଜରିଓ୍ବାଲଙ୍କ ଘରକୁ ଶିଶ୍‌ମହଲ କହି ବିଜେପି ଓ କଂଗ୍ରେସ ନିର୍ବାଚନୀ ପ୍ରଚାରରେ ଏକ ପ୍ରମୁଖ ମୁଦ୍ଦା ବନାଇଥିଲେ । ତାର ସନ୍ତୋଷଜନକ ଉତ୍ତର ବି କେଜରିଓ୍ବାଲ କେବେ ଦେଇପାରିନାହାନ୍ତି ।

Comments are closed.