ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବିଦେଶରେ ଆତଙ୍କଜନିତ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୭୨ଟି ପୁରୁଣା ନିଷ୍ପତ୍ତିକୁ ବଦଳାଇବା ସହିତ ଶତାଧିକ ନୂଆ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ପଦରେ ରହିବା ପରେ ସେ ନେଇଥିବା ୨ଟି ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ଭାରତ ଅନେକ କ୍ଷତି ସହିବାକୁ ଯାଉଛି । ଜନ୍ମାଧିକାର ନାଗରିକତା ଆଇନର ସମାପ୍ତି ଏବଂ ବ୍ରିକ୍ସ ସଦସ୍ୟରାଷ୍ଟ୍ରଙ୍କ ଉପରେ ଶତପ୍ରତିଶତ ଶୁଳ୍କ ଲାଗୁ ପାଇଁ ଚେତାବନୀ ଦେଇ ସାରା ବିଶ୍ଵ ବାସୀଙ୍କ ଚିନ୍ତା ବଢାଇଛି । ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାକୁ ପୁଣି ଥରେ ଫେରିବାକୁ ଯାଉଛି ‘ପ୍ଲାଷ୍ଟିକ୍ ଷ୍ଟ୍ର’ ।
ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ବ୍ୟାକ୍ ଟୁ ପ୍ଲାଷ୍ଟିକ୍ । ଖୁବଶୀଘ୍ର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ‘ପେପର ଷ୍ଟ୍ର’ ନିଷ୍ପତ୍ତି ଶେଷ ହେବାକୁ ଯାଉଛି । ସଫ୍ଟ ଡ୍ରିଙ୍କ୍ସ ପିଇବା ପାଇଁ ଲୋକେ ଯେଉଁ ପେପର ଷ୍ଟ୍ର ବ୍ୟବହାର କରୁଛନ୍ତି ତାକୁ ହଟାଇ ସେହି ସ୍ଥାନରେ ପୁଣି ଥରେ ପ୍ଲାଷ୍ଟିକ୍ ଷ୍ଟ୍ର ବ୍ୟବହାର କରାଯିବ । ଆମେରିକା ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତିକୁ କିଛିମ ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ସେପଟେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ସ୍ପେଶ୍ ଏକ୍ସର ସିଇଓ ଏଲନ ମସ୍କ ।
କହିରଖୁଛୁ ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଗତ ବର୍ଷ ଫ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ । ପ୍ଲାଷ୍ଟିକ୍ ପ୍ରଦୂଷଣ ପୃଥିବୀ ପାଇଁ ବଡ଼ ସଙ୍କଟ ବୋଲି କହିଥିଲେ ବାଇଡେନ୍ । ୨୦୨୭ ସୁଦ୍ଧା ସମଗ୍ର ବିଶ୍ଵରେ ପ୍ଲାଷ୍ଟିକକୁ ବ୍ୟାନ କରିବାକୁ ଲକ୍ଷ୍ୟ ରଖିଥିଲେ । ଏପରିକି ସଫ୍ଟ ଡ୍ରିଙ୍କ୍ସରେ ‘ପ୍ଲାଷ୍ଟିକ୍ ଷ୍ଟ୍ର’ ବଦଳରେ ‘ପେପର ଷ୍ଟ୍ର’ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ ।
Comments are closed.