Latest Odisha News

BREAKING NEWS

ଭୁବନେଶ୍ୱର ରାସ୍ତାରେ ରୋଡ ରୋମିଓଙ୍କ ଉତ୍ପାତ, ସିସିଟିଭିରେ କଏଦ ହେଲା ଅସଦାଚରଣ ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ରୋଡ଼ ରୋମିଓଙ୍କ ଉତ୍ପାତ । କର୍ମଜୀବୀ ଯୁବତୀଙ୍କୁ ରାସ୍ତାରେ ଅସଦାଚରଣ କରିତିବା ଆସିଲା ଅଭିଯୋଗ। ସିସିଟିଭିରେ କଏଦ ହେଲା ଅସଦାଚରଣ ଦୃଶ୍ୟ ! ସକାଳୁ ଅଫିସ ଯାଉଥିବା ବେଳେ ଯୁବକ ଜଣଙ୍କ ଅସଦାଚରଣ କରିଥିଲେ। ଓଢଣୀ ଟାଣିବା ସହ ଟଣା ଓଟରା କରୁଥିବା ନେଇ ଅଭିଯୋଗ। ଯୁବତୀ ଜଣଙ୍କ ପୋଲିସ କଣ୍ଟ୍ରୋଲ ରୁମରେ କାମ କରୁଥିବା କୁହାଯାଉଛି। ଭୟ ନାହିଁ କି ଡର ନାହିଁ। ରାଜରାସ୍ତାରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି ରୋଡ ରୋମିଓ।

ଗତ ଶୁକ୍ରବାର ସକାଳ ୬ଟା ସମୟର ଏହି ଭିଡିଓରେ ଜଣେ ଯୁବତୀ ଚାଲି ଚାଲି ରାସ୍ତାରେ ଯାଉଛନ୍ତି। ତାଙ୍କ ପଛରେ ଜଣେ ଯୁବକ ସ୍କୁଟିରେ ପିଛା କରି ଅତି ପାଖରୁ କିଛି କହୁଛି। ଆଉ ତା ପରର ଘଟଣା ଶୁଣିଲେ ଆପଣ ଵି ଏକୁଟିଆ ଯିବାକୁ ଭୟ କରିବେ। ସ୍କୁଟିରେ ଯାଉଥିବା ରୋଡ଼ ରୋମିଓ ନିଛାଟିଆ ସ୍ଥାନରେ ଯୁବତୀଙ୍କୁ ଅଦାଚରଣ କରିଥିଲେ । ଯୁବତୀଙ୍କ ଓଢଣୀ ଟାଣିବା ସହ ଟଣା ଓଟରା କରିଥିଲା। ଯାହା ଏକୁଟିଆ ଯାଉଥିବା ମହିଳା ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

ଯୁବତୀ ଜଣଙ୍କ 112 ପୋଲିସ କଣ୍ଟ୍ରୋଲ ରୁମରେ କାମ କରନ୍ତି। ରାଜ୍ୟରେ ଯଦି କେହି ପୋଲିସର ସହାୟତା ଲୋଡ଼ନ୍ତି ତାଙ୍କୁ ଫୋନରେ ସହାୟତା ଯୋଗାଇବା ସହ ସଂଗେ ସଂଗେ 112 ଏମର୍ଜେନ୍ସି ସେବା ଯୋଗାଇବାରେ ସହାୟତା ଦିଅନ୍ତି। ଘଟଣା ଦିନ ସକାଳୁ ଅଫିସ ଯାଉଥିବା ବେଳେ ତାଙ୍କ ସହ ଏହି ଘଟଣା ଘଟିବା ପରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ମାନଙ୍କୁ ସହାୟତା ଯୋଗାଉଥିବା ଜଣେ ଯୁବତୀ, ନିଜକୁ ଅସୁରକ୍ଷିତ ମନେ କରି ଥାନାରେ ଅଭିଯୋଗ କରିଛନ୍ତି।

Comments are closed.