ମୁମ୍ବାଇ: ବଲିଉଡରେ ଅନେକ ଖେଳାଳିଙ୍କୁ ନେଇ ବାୟୋପିକ ତିଆରି ହୋଇଛି। ଏବେ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍ ତିଆରି ହେବାକୁ ଯାଉଛି। ଏପରିକି ବାୟୋପିକରେ କେଉଁ ଅଭିନେତା ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି ସୌରଭ।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଏହି ବାୟୋପିକରେ ରାଜକୁମାର ରାଓ ମୋର ଚରିତ୍ରରେ ଅଭିନୟ କରିବେ।
ସୌରଭ ଗାଙ୍ଗୁଲି ଭାରତ ପାଇଁ ୧୧୩ ଟେଷ୍ଟ ଏବଂ ୩୧୧ଟି ଦିନିକିଆ ଖେଳିଛନ୍ତି। ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସମସ୍ତ ଫର୍ମାଟରେ ୧୮, ୫୭୫ ରନ୍ କରିଛନ୍ତି। ଏହା ପରେ ସେ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ହୋଇଥିଲେ। ପରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ବନିଥିଲେ। ସେ ଭାରତକୁ ୨୦୦୩ ବିଶ୍ୱକପ୍ ଫାଇନାଲରେ ବିଜୟୀ କରାଇଥିଲେ।
ସେହିପରି ଗାଙ୍ଗୁଲି ୨୦୦୮ ମସିହାରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ନେଇଥିଲେ।
ତେବେ ରାଜକୁମାରଙ୍କ ଅପକମିଂ ଫିଲ୍ମ ‘ଭୁଲ ଚୁକ୍ ମାଫ୍’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହିତ ଭାମିକା ଗ୍ୟାବି ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଏହାର ଟିଜର ରିଲିଜ୍ ହୋଇଥିଲା ବେଳେ ଚଳଚ୍ଚିତ୍ରଟି ଏପ୍ରିଲ ୧୦ରେ ମୁକ୍ତିଲାଭ କରିବ।
Comments are closed.