Latest Odisha News

BREAKING NEWS

‘୫ ଟି’ କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀଙ୍କର ଅଚାନକ ବାଲେଶ୍ୱର ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୫ଟି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଚାନକ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି।

ଗତ ଡ଼ିସେମ୍ବର ୮ ତାରିଖରେ ସେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନରେ ଯାଇ ଚିକିତ୍ସାଳୟର ସେବା ଓ ସ୍ୱଚ୍ଛତାକୁ ପରୀକ୍ଷା କରିବା ସହିତ ରୋଗୀମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ସମୟରେ ମନ୍ତ୍ରୀ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ।

 

କିଛି ଦିନ ତଳେ ବାଲେଶ୍ୱର ସହର ଉପକଣ୍ଠରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପରିବାରର ତିନି ଜଣ ସଦସ୍ୟଙ୍କୁ ହରାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସେହି ବ୍ୟକ୍ତିଙ୍କର ଉତମ ଚିକିତ୍ସା ନିମନ୍ତେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ପଠାଇବାର ସମସ୍ତ ବନ୍ଦୋବସ୍ତ ମନ୍ତ୍ରୀ କରିଥିଲେ ।

ଏହା ସହିତ ଜରୁରୀ କାଳୀନ ସହାୟତା ନିମନ୍ତେ ଦୁର୍ଘଟଣା ପ୍ରପୀଡିତ ପରିବାରକୁ ୨୫,୦୦୦/- ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.