ମୁମ୍ବାଇ: ପୁଣି ଏକ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଘରକୁ ଆଣିଛି । ଯାହାକୁ ନେଇଏବେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଟିମଙ୍କ ପରିବାରଙ୍କ ସ୍ନେହ ପୂର୍ଣ୍ଣ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି । ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ପତ୍ନୀ ଆଥିୟା ସେଟ୍ଟି ଏହି ଐତିହାସିକ ବିଜୟ ମୂହୂର୍ତ୍ତକୁ ସେଲିବ୍ରେଟ କରୁଥିବାର ଏକ ପୋଷ୍ଟ ଜାରି କରିଚନ୍ତି । ଯେଉଁଥିରେ ଟିଭି ସ୍କ୍ରିନରେ ରାହୁଲଙ୍କ ସହ ଆଥିୟା ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି ।
ତେବେ କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ତାଙ୍କର, ପ୍ରଥମ ସନ୍ତାନଙ୍କୁ ସ୍ବାଗତ କରିବା ପାଇଁ ଉତ୍ସାହିତ ରହିଛନ୍ତି । ଏହି ସମୟରେ ରବିବାର ଦିନ, ଦୁବାଇରେ ଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବାର କିଛି ମୁହୂର୍ତ୍ତ ପରେ, ଆଥିୟା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ କେଏଲ ରାହୁଲଙ୍କ ପାଇଁ ଉତ୍ସାହିତ ହୋଇ ତାଙ୍କ ବେବି ବମ୍ପ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏକ କମ୍ ଆଲୋକିତ କୋଠରୀରେ ଟିଭି ପାଖରେ ଛିଡା ହୋଇଛନ୍ତି ଆଥିୟା । ଆଥିୟା ଟିଭିକୁ ଦେଖୁଥିଲେ, ଯେଉଁଥିରେ କ୍ରିକେଟର ବିଜୟ ପରେ ଉତ୍ସବ ପାଳନ କରାଯାଉଥିବାର ଦୃଶ୍ୟ ରହିଛି । ଆଉ ଆଥିୟା ତାଙ୍କ ବେବି ବମ୍ପ ସହ ସେହି ମୂହୂର୍ତ୍ତକୁ ମଧ୍ୟ ଉପଭୋଗ କରୁଥିଲେ । ଏଥିରେ ସେ କେଏଲ ରାହୁଲଙ୍କୁ ଟ୍ୟାଗ୍ କରି ଏକ ହୃଦୟ ଇମୋଜି ଦେଇଥିଲେ ।
ତେବେ ପରିଶେଷରେ ୨୫ ବର୍ଷର ସମ୍ମାନ ପୁଣି ଫେରାଇ ଆଣିଛନ୍ତି ଭାରତୀୟ ଟିମ୍ । ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏକ ଚମତ୍କାର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତ ତୃତୀୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଘରକୁ ଆଣିଛି । ଫାଇନାଲରେ ଭାରତ ଅନେକ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ବିଶେଷକରି ବରୁଣ ଚରକାବର୍ତ୍ତୀ, ଅଧିନାୟକ ରୋହିତ ଶର୍ମା, କୁଲଦୀପ ଯାଦବ, ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିଲା । ରୋହିତ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ହାସଲ କରିଥିବା ବେଳେ, ରାହୁଲ ଅପରାଜିତ ୩୪ ରନର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ଶେଷ ପର୍ଯ୍ୟନ୍ତ ରହି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ ।
କେଏଲ ରାହୁଲ ଏବଂ ଆଥିୟା ସେଟ୍ଟି ଜାନୁଆରୀ ୨୩,୨୦୨୩ ରେ ବିବାହ କରିଥିଲେ । ଦମ୍ପତି ଗତ ବର୍ଷ ନଭେମ୍ବରରେ ତାଙ୍କ ଘରକୁ କୁନି ଅତିଥି ଆସୁଥିବାର ଖବର ଜଣାଇଥିଲେ ।
Comments are closed.