ମୁମ୍ବାଇ: ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବିମାନକୁ ବୋମା ଧମକ। ବୋମା ଧମକ ପାଇବା ପରେ ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ପୁନର୍ବାର ଅବତରଣ କରିବାକୁ ପଡିଥିଲା।
ଏହି ଘଟଣା ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଘଟିଛି। ଏୟାର ଇଣ୍ଡିଆର ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନ୍ୟୁୟର୍କ ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ମଝି ଆକାଶରେ ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିଥିଲା। ଯାହା ପରେ ବିମାନକୁ ମୁମ୍ବାଇ ବିମାନବନ୍ଦରରେ ପୁନର୍ବାର ଅବତରଣ କରିବାକୁ ପଡିଥିଲା।
ସୂଚନା ଅନୁଯାୟୀ, ବିମାନର ଶୌଚାଳୟରୁ ଏକ ନୋଟ ମିଳିଥିଲା। ଯେଉଁଥିରେ ବିମାନରେ ଏକ ବୋମା ରଖାଯାଇଥିବା ନେଇ ଉଲ୍ଲେଖ ରହିଥିଲା। ଏହି ଘଟଣା ପରେ ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ସମ୍ପର୍କରେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ପାଳନ କରାଯାଇଛି। ତେବେ ଏହି ବିମାନରେ ୧୯ ଜଣ କ୍ରୁ ସଦସ୍ୟଙ୍କ ସମେତ ୩୨୨ ଜଣ ଯାତ୍ରୀ ରହିଥିଲେ।
Comments are closed.