Latest Odisha News

BREAKING NEWS

ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି ଏଟିଏମରୁ ବାହାରିବ ସୁନା ଓ ରୂପା

ହାଇଦ୍ରାବାଦ: ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଏଟିଏମରୁ ବାହାରିବ ସୁନା ଓ ରୂପା । ତିରୁମାଲା ତିରୁପତି ଦେବସ୍ଥାନମ୍ସ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡାଣ୍ଟ ଏଟିଏମ୍ ସ୍ଥାପନ ହେବ। ଏହି ଏଟିଏମ୍ ମେସିନ୍ ସାହାର୍ଯ୍ୟରେ ଶ୍ରଦ୍ଧାଳୁ ମାନେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ପେଣ୍ଡେଣ୍ଟ କ୍ରୟ କରି ପାରିବେ।

ସୂଚନା ଅନୁସାରେ, ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଳା ରାଓଙ୍କ ଉଦ୍ୟମରେ ତିରୁମାଲା ମନ୍ଦିର, ତିରୁପତିର ଗୋବିନ୍ଦରାଜ ମନ୍ଦିର ଏବଂ ତିରୁଚନୁରର ପଦ୍ମାବତୀ ଅମ୍ମାବାରୀ ମନ୍ଦିରରେ ଡିଜିଟାଲ ରୂପାନ୍ତରଣ କରାଯାଉଛି। ବିଭିନ୍ନ ପ୍ରକାରର ନୂତନ କାର୍ଯ୍ୟକୁ ହାତକୁ ନିଆଯାଇଛି । ଏହି ଭିତରେ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମନ୍ଦିରରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି । ଏହି ଏଟିଏମରୁ ବାହାରିବ ସୁନା ଏବଂ ରୂପା ପେଣ୍ଡେଣ୍ଟ । ଏହି ଏଟିଏମ୍ ମେସିନ୍ରୁ ୨ ଗ୍ରାମ,୫ ଗ୍ରାମ ଏବଂ ୧୦ ଗ୍ରାମର ସୁନା ରୂପା ପେଣ୍ଡେଣ୍ଟ ବାହାରିବ । ଏହା ଦ୍ଵାରା ଶ୍ରଦ୍ଧାଳୁ ମାନେ ବିନା କାହାର ସାହାର୍ଯ୍ୟରେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ପେଣ୍ଡେଣ୍ଟ କ୍ରୟ କରି ପାରିବେ। ତିରୁମାଲା ତିରୁପତି ଦେବସ୍ଥାନମରେ ପୂର୍ବରୁ ଏକ ଦାନ କିଓସ୍କ ଚାଲୁଛି, ଯାହା ଅତ୍ୟନ୍ତ ସଫଳ ରହିଛି। ଏହାଦ୍ଵାରା ଭକ୍ତମାନଙ୍କୁ ୟୁପିଆଇ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଦାନ କରିପାରିବେ ।

Comments are closed.