Latest Odisha News

BREAKING NEWS

ଧରା ପଡିଲା ପାକିସ୍ତାନ ମିଛ! ୨୧୪ ପଣବନ୍ଦୀ ସେନାକୁ ହତ୍ୟା କରିଥିବା ନେଇ ମାନିଲା ବିଏଲଏ

ନୂଆଦିଲ୍ଲୀ: ପାକିସ୍ତାନ ଟ୍ରେନ ଅପହରଣ ମାମଲା । ସମସ୍ତ ୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା ନେଇ ଦାବି କରିଛି ବିଏଲଏ । ବନ୍ଦୀ ଅଦଳ ବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ସମସ୍ତଙ୍କୁ ହତ୍ୟା କରିଛି ସ୍ଵିକାର କରିଛି ନିଜେ ବିଏଲଏ । ସେହିପରି ନିଜ ସଂଗଠନର ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମାନିଛି ବିଏଲଏ । ସେପଟେ କିନ୍ତୁ ସମସ୍ତ ପଣବନ୍ଦୀଙ୍କ ମଧ୍ୟରୁ ୨୬ ଜଣ ପଣବନ୍ଦୀଙ୍କୁ ବିଏଲଏ ହତ୍ୟା କରିଛି ବୋଲି କହୁଛି ପାକିସ୍ତାନୀ ସେନା ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ବଲୁଚ ବିଦ୍ରୋହୀମାନେ ଅପହରଣ କରିନେଇଥିଲେ । ଟ୍ରେନ ଅପହରଣ ବେଳେ ସେଥିରେ ୪୫୦ରୁ ଅଧିକ ଯାତ୍ରା ଥିଲେ । ତେବେ ଟ୍ରେନରେ ଥିବା ବୃଦ୍ଧ, ମହିଳା ଓ ପିଲାକୁ ଛାଡ଼ି ଦେଇଥିବା ନେଇ କହିଥିଲା ବିଏଲଏ । ତା ପରେ ୨୧୪ ପଣବନ୍ଦୀ ସୈନ୍ୟଙ୍କୁ ହତ୍ୟା କରିଥିବା ବିଏଲଏ ପକ୍ଷରୁ କୁହାଯାଇଛି। ସେମାନଙ୍କ ମୁକ୍ତି ପାଇଁ ପାକିସ୍ତାନ ପକ୍ଷରୁ କୌଣସି ଉଦ୍ୟମ ନ ହେବା, ବିଏଲଏର ସର୍ତ୍ତ ନ ମାନିବା ଯୋଗୁଁ ଚରମ ପଦକ୍ଷେପ ନିଆଯାଇଥିବା କହିଛି ବିଏଲଏ। ପାକିସ୍ତାନ ସରକାରଙ୍କ ଜିଦ ଓ ଅହଙ୍କାର ପାଇଁ ପ୍ରାଣ ହରାଇଛନ୍ତି ବନ୍ଧକ। ନିଜ ବିଫଳତାକୁ ଲୁଚାଇବାକୁ ଯାଇ ମିଛ ପ୍ରଚାର କରୁଛି ପାକିସ୍ତାନ ସରକାର ଓ ସେନା । ଏହି ଲଢେଇ ଆଗକୁ ଜାରି ରହିବ ବୋଲି ଚେତାବନୀ ଦେଇଛି ବଲୁଚ ଲିବରେସନ ଆର୍ମି ।

ବନ୍ଧକଙ୍କୁ ମୁକୁଳାଇବା ପାଇଁ ପାକିସ୍ତାନ ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ୍ ଦିଆଯାଇଥିଲା । ଯାହା ପଣବନ୍ଦୀଙ୍କ ଜୀବନ ରକ୍ଷା କରିବାର ଶେଷ ସୁଯୋଗ ଥିଲା । କିନ୍ତୁ ପାକିସ୍ତାନ ସରକାର ତାଙ୍କ ଜିଦ୍ ଏବଂ ଅହଂକାର ଦେଖାଇଥିଲେ । ସେନା ପଠାଇ ବଲୁଚ ସ୍ବାଧୀନତା ପାଇଁ ଲଢୁଥିବା ସ୍ବତନ୍ତ୍ରତା ସେନାନୀଙ୍କ ବିରୋଧରେ ଆରମ୍ଭ କରିଥିଲେ ଅପରେସନ । ପାକିସ୍ତାନ ସରକାରଙ୍କ ଏହି ଜିଦ ପାଇଁ ୨୧୪ ବନ୍ଧକ ବଳି ପଡ଼ିଲେ ବୋଲି କହିଛି ବଲୁଚ ଲିବରେସନ ଆର୍ମି । ଅନ୍ୟପଟେ ବିଏଲଏର ଏପରି ମନ୍ତବ୍ୟ ପରେ ପାକ୍‌ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରେନ ହାଇଜାକ ଘଟଣାରେ କେବଳ ୨୬ ପଣବନ୍ଦୀଙ୍କୁ ବିଏଲଏ ହତ୍ୟା କରିଥିବା ଗତ ଶୁକ୍ରବାର ପାକ୍ ସରକାର ସ୍ପଷ୍ଟ କରିଥିଲେ। କିନ୍ତୁ ବିଏଲଏର ଏପରି ଦାବି ପରେ ପାକିସ୍ତାନ ସରକାର ବଦନାମ ହେବା ଭୟରେ ତଥ୍ୟ ଲୁଚାଉଥିବା କୁହାଯାଉଛି।

Comments are closed.