ନୂଆଦିଲ୍ଲୀ: ବିସିସିଆଇର ନୂଆ ଯାତ୍ରା ନୀତିକୁ ନେଇ ଖୁବ୍ ସମାଲୋଚନା କରାଯାଉଛି। ନିକଟରେ ବିରାଟ କୋହଲି ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାପରେ ବିସିସିଆଇ ଏହି ନୀତିକୁ ପରିବର୍ତ୍ତନ କରିପାରେ ବୋଲି ଆଶା କରାଯାଉଥିଲା।
କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଚିବ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ପରିବାରକୁ ନେଇ ବର୍ତ୍ତମାନର ଟ୍ରାଭେଲ ନୀତି ବଜାୟ ରହିବ ଏବଂ ଏଥିରେ ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ।
ସାଇକିଆ କ୍ରିକବଜ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଏହି ସମୟରେ ନୀତି ବଜାୟ ରହିବ। କାରଣ ଏହା ଆମ ଦେଶ, ସଂଗଠନ ଏବଂ ବିସିସିଆଇ ଉଭୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି ମଧ୍ଯ କହିଛନ୍ତି, ‘ନୂଆ ନୀତିକୁ ନେଇ କିଛି ଅସନ୍ତୋଷ କିମ୍ବା ଭିନ୍ନ ମତ ଥାଇପାରେ, କାରଣ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କର ମତ ପ୍ରକାଶ କରିବାର ଅଧିକାର ଅଛି।’ ଏହି ନୀତି ସମସ୍ତ ଦଳର ସଦସ୍ୟ – ଖେଳାଳି, ପ୍ରଶିକ୍ଷକ, ପରିଚାଳକ, ସହାୟକ କର୍ମଚାରୀ ଏବଂ ତତସମ୍ପର୍କିତ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ଏବଂ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଇଛି।
Comments are closed.