Latest Odisha News

BREAKING NEWS

ଘୁଂଚିବ କି କେକେଆର-ଲକ୍ଷ୍ନୌ ମ୍ୟାଚ

କୋଲକାତା: ଆଇପିଏଲରାୟ ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ସିଜନର ୧୯ତମ ମ୍ୟାଚ ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଛି । ଇଡେନଗାର୍ଡେନରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ଘୁଂଚାଇବା ପାଇଁ ଦାବୀ ହେଉଛି । ରାମ ନବମୀ ଯୋଗୁ ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାରେ ଅକ୍ଷମତା ପ୍ରକାଶ କରିଛି । ଇଡେନଗାର୍ଡେନରେ ୬୫୦୦୦ ଲୋକଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡିବ ବୋଲି କୁହାଯାଇଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କହିବା ଅନୁସାରେ ରାମନବମୀରେ ପଶ୍ଚିମ ବଙ୍ଗରେ ୨୦,୦୦୦ ଅଧିକ କାର୍ଯ୍ୟକ୍ରମ ରହିଛି ।

ସିଏବି ଅଧ୍ୟକ୍ଷ ସ୍ନେହାଶୀଷ ଗାଙ୍ଗୁଲି ଏ ନେଇ ସ୍ଥାନୀୟ ପୋଲିସ ସହିତ ଆଲୋଚନା କରିଛନ୍ତି । ଏ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ନେଇ ସବୁଜ ସଙ୍କେତ ମିିଳିପାରି ନାହିଁ । ଗତ ସଂସ୍କରଣରେ ମଧ୍ୟ ଏହି କାରଣ ଯୋଗୁ କେକେଆର ଓ ରାଜସ୍ଥାନ ରୟାଲ୍ସ ମ୍ୟାଚକୁ ଘୁଂଚା ଯାଇଥିଲା । ଗତ ସଂସ୍କରଣର ଚାମ୍ପିୟନ କେକେଆର ଏଥର ଅଭିଜ୍ଞ ଅଜିଙ୍କ୍ୟ ରାହାଣେଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି ।

Comments are closed.