ରାଉରକେଲା: ରାଉରକେଲାର ଏକ ପୂଜା ମଣ୍ଡପରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଜଣେ ୧୨ ବର୍ଷୀୟ ବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ନିଆଁ ଲାଗିବା ସମୟରେ ବାଦଲ ମହାରଣା ନାମକ ଜଣେ ପିଲା ସେକ୍ଟର-୭ ସ୍ଥିତ ମଣ୍ଡପରେ ଖେଳୁଥିଲେ। ତାଙ୍କ ସହ ଅନ୍ୟ ତିନି ଜଣ ପିଲା ଖେଳୁଥିବା ବେଳେ ନିଆଁ ଲାଗିବାରୁ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ। କିନ୍ତୁ ବାଦଲ ନିଆଁରେ ଫସି ଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲା।
ଖବର ପାଇ ସେକ୍ଟର-୭ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ ନାବାଳକର ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।।
ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ପୋଲିସ ତଦନ୍ତ କରୁଛି।
Comments are closed.