ଅନନ୍ତନାଗ: ହିନ୍ଦୁ ଧର୍ମରେ ଅମରନାଥ ଯାତ୍ରା ଏକ ଅତ୍ୟନ୍ତ ପବିତ୍ର ଯାତ୍ରା। ଏହାର ଖୁବ୍ ମହତ୍ବ ରହିଛି। ଟ ପବିତ୍ର ଅମରନାଥ ଯାତ୍ରା ଦୁଇ ମାସ ଧରି ଚାଲିଥାଏ। ତେବେ ଗତ ବର୍ଷ ପ୍ରାୟ ୫ ଲକ୍ଷ ଲୋକ ଅମରନାଥ ଯାତ୍ରା କରିଥିଲେ।
ଏହି ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ଅମରନାଥ ଶ୍ରାଇନ୍ ବୋର୍ଡ ଏବଂ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଅମରନାଥ ଯାତ୍ରା ୩୮ ଦିନ ଧରି ଚାଲିବ। ଯାହା ପାଇଁ ଆଡଭାନ୍ସଡ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଯାଉଛି।
୧୪ ଏପ୍ରିଲରୁ ଏହି ପଞ୍ଜିକରଣ କରିପାରିବେ। ବର୍ତ୍ତମାନ ହେଲିକପ୍ଟରରେ ଅମରନାଥ ଧାମ ଯାତ୍ରା ପାଇଁ ବୁକିଂ ଆରମ୍ଭ ହୋଇନାହିଁ।
ଏହି ଯାତ୍ରା ଦୁଇଟି ରାସ୍ତା ଦେଇ ଯାଏ। ଯେଉଁଥିରେ ବାଲତାଲ ରୁଟ୍ ଏବଂ ପହଲଗାମ୍ ରୁଟ୍ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ଏହା ଜୁଲାଇ ୩ରୁ ଅନନ୍ତନାଗ ଜିଲ୍ଲାର ପହଲଗାମ ରୁଟ୍ ଏବଂ ଗଣ୍ଡେରବଲ ଜିଲ୍ଲାର ବାଲତାଲ ରୁଟ୍ ଦେଇ ଏକକାଳୀନ ଆରମ୍ଭ ହେବ।
Comments are closed.