ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟର ମହାନ ସ୍ପିନର ଶେନ ୱାର୍ଣ୍ଣେଙ୍କ ଏପ୍ରିଲ ୨୦୨୨ରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ପୂର୍ବରୁ ଅନେକ ଆଶଙ୍କା ବ୍ୟକ୍ତ କରାଯାଇଛି । ଏବେ ଡେଲି ମେଲରେ ପ୍ରକାଶିତ ନୂତନ ରିପୋର୍ଟ ଅନୁସାରେ ୱାର୍ଣ୍ଣେଙ୍କ ମୃତ୍ୟୁ ପରେ ତାଙ୍କ ରୁମରୁ ଉତେଜକ ଔଷଧର ଶିଶି ମିଳିଥିଲା । ଏହା ପୁରୁଷାଙ୍ଗର ଉତେଜନା ପାଇଁ ବ୍ୟବହାର କରାଯାଇଥାଏ । ତେବେ ତଦନ୍ତ କରୁଥିବା ପୋଲିସ ଅଧିକାରୀ ଏହି ଘଟଣାକୁ ଚାପି ଦେବା ପାଇଁ ଚାହିଁଥିଲେ । ସୂଚନାଯୋଗ୍ୟ, ହାର୍ଟ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଏହି ଔଷଧ ବ୍ୟବହାର କରିବା ପାଇଁ ମନା କରାଯାଇଥାଏ ।
ୱାର୍ଣ୍ଣେଙ୍କୁ ହାର୍ଟ ଆଟାକ ଆସିଥିଲା..ତେବେ ଏହା ପଛରେ ଥିବା କାରଣକୁ ପୋଲିସ ଅଧିକାରୀ ସମ୍ମୁଖକୁ ଆଣି ନ ଥିଲେ । ସେ ଚାହୁଁ ନ ଥିଲେ ତାଙ୍କ ପରି ଜଣେ ମହାନ କ୍ରିକେଟରଙ୍କ ମୃତ୍ୟୁ ରହସ୍ୟ ଏ ଭଳି ଭାବେ ଉଜାଗର ହେଉ । ୱାର୍ଣ୍ଣେର ଥାଇଲାଣ୍ଡର ଏକ ଦାମୀ ହୋଟେଲରେ ରହିଥିଲେ । ସେଠାରେ ୨ଜଣ ମହିଳା ତାଙ୍କୁ ଶେଷ ଥର ପାଇଁ ଜୀବିତ ଦେଖିଥିଲେ । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ପରେ ସେ ଦୁଇ ମହିଳାଙ୍କ ପତା ମିଳି ନ ଥିଲା । ଘଟଣା ଦିନ ୱାର୍ଣ୍ଣେ ତାଙ୍କ ରୁମରେ ଅଷ୍ଟ୍ରେଲିଆ-ପାକିସ୍ତାନ ମ୍ୟାଚ ଉପଭୋଗ କରୁଥିଲେ । ୱାର୍ଣ୍ଣେଙ୍କ ବନ୍ଧୁ ଆଣ୍ଡ୍ର୍ୟୁ ନିୟୋଫିଟୁ ତାଙ୍କୁ ଅଚେ୍ ଅବସ୍ଥାରେ ପାଇଥିଲେ । ଡାକ୍ତରଖାନାରେ ଭର୍ତି କରାଯିବା ପରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା ।
Comments are closed.