ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦୁଇ ପେସ ବୋଲର ଯଶପ୍ରୀତ ବୁମରାହ ଓ ଆକାଶଦୀପଙ୍କ ଖେଳିବାରେ ଆହୁରି ବିଳମ୍ବ ହେବ ବୋଲି ଜଣାପଡିଛି । ଆକାଶଦୀପ ଏପ୍ରିଲ ୧୦ ସୁଦ୍ଧା ଦଳ ସହିତ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏଥିରେ ଡେରି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବୁମରାହ ଏପ୍ରିଲ ୧ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଅଭ୍ୟାସ ସେଶନରେ ଯୋଗ ଦେବେ । ମାତ୍ର ଏବେ ଏ ନେଇ କୌଣସି ସ୍ପଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ଯାହା ଫଳରେ ତାଙ୍କ ପ୍ରତ୍ୟାବର୍ତନରେ ଆହୁରି ବିଳମ୍ବ ହୋଇପାରେ । ବୁମରାହ ମଧ୍ୟ ତାଙ୍କ ଫିଟନେସ କୌଣସି ବୟାନ ଦେଇ ନାହାନ୍ତି ।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ମେଡିକାଲ ଟିମ ତାଙ୍କୁ ଏବେ ଠାରୁ ୱର୍କ ଲୋଡ ଦେବାକୁ ମନା କରିଛନ୍ତି । ଆଗକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଆଖି ଆଗରେ ରଖି ବିସିସିଆଇ ବୁମରାହଙ୍କୁ ସମ୍ପୂର୍ଣ୍ଣ ଫିଟ ଭାବେ ଚାହୁଁଛି । ସେ ଏବେ ବୋଲିଂ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ବୁମରାହ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଆକାଶଦୀପ ମଧ୍ୟ ପିଠି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ପାରିବା ବିସିସିଆଇର ମୁଣ୍ଡ ବ୍ୟଥାର କାରଣ ସାଜିଛି । ଚାମ୍ପିୟନ୍ସ ଟ୍ରଫି ପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମଧ୍ୟ ବୁମରାହ ଖେଳି ନ ଥିଲେ ।
Comments are closed.