Latest Odisha News

ପ୍ରେମ କଲା ବାୟା; ଗର୍ଲଫ୍ରେଣ୍ଡଙ୍କୁ ସୁଟକେସରେ ପୁରାଇ ହଷ୍ଟେଲ ନେଉଥିଲେ ବୟଫ୍ରେଣ୍ଡ

ସୋନିପତ: ଗର୍ଲଫ୍ରେଣ୍ଡଙ୍କୁ ସୁଟକେଶରେ ପୁରାଇ ହଷ୍ଟେଲ ନେଉଥିଲେ ଛାତ୍ର। ହରିୟାଣାର ସୋନିପତ ସହରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଜଣେ କଲେଜ ଛାତ୍ର ନିଜ ପ୍ରେମିକାକୁ ଏକ ସୁଟକେସ ଭିତରେ ପୁରାଇ ହଷ୍ଟେଲ ଭିତରକୁ ନେଇ ଯାଉଥିବାର ଦେଖାଯାଇଛି।

ତେବେ ହଷ୍ଟେଲ ଭିତରକୁ ନେଲାବେଳେ ଏକ ସ୍ଥାନରେ ସୁଟକେସ ବାଡେଇ ହୋଇଯିବାରୁ ଝିଅଟି ଚିତ୍କାର କରିଥିଲେ। ଯାହାଫଳରେ ଛାତ୍ର ଜଣକ ଧରାପଡିଯାଇଥିଲେ। ସୁଟକେସ ମଧ୍ୟରୁ ଝିଅଟିର ପାଟି ଶୁଣି ଗାର୍ଡମାନେ ଛାତ୍ରକୁ ଅଟକାଇ ସୁଟକେସ ଖୋଲିଲା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା। ତେବେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।

ତେବେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ କିଛି ଗାର୍ଡ ଏକାଠି ମିଶି ସୁଟକେସ୍ ଖୋଲୁଥିବା ବେଳେ କିଛି  ଛାତ୍ର ସେଠାରେ  ଭିଡିଓରେ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲେ। ତେବେ ଏହି ଘଟଣାଟି ସୋନିପତର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଘଟିଛି। ଅପରପକ୍ଷରେ ସୁଟକେସରୁ ବାହାରିଥିବା ଝିଅଟି ସେହି ବିଶ୍ୱବିଦ୍ୟାଳୟର ଛାତ୍ରୀ କି ନୁହେଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ଅପରପକ୍ଷରେ ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ  ଅନେକ ମିମ୍ସ  ଭାଇରାଲ ହେଉଛି। ଅନେକ ଏହା ଉପରେ ନିଜର ମତ ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି , ‘ଆଜିକାଲି ସୁଟକେସ୍ ବିଭିନ୍ନ ଉପାୟରେ ବ୍ୟବହାର ହୋଇପାରୁଛି ଓ ମତେ ଏହି ଧାରଣା ପସନ୍ଦ ମଧ୍ୟ ଲାଗିଲା।

 

Comments are closed.