ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ପାକିସ୍ତାନ ଉପରେ ବଡ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ସେନା ଜୋରଦାର ପୂର୍ବ ପ୍ରସ୍ତୁତି ଜାରି ରଖିଛି । ଭାରତୀୟ ସେନା ଶତ୍ରୁ ଦେଶର ଡ୍ରୋନ ଓ ହେଲିକପ୍ଟର ମାରି ଖସାଇବା ପାଇଁ ନେକ୍ସଟ ଜେନେରେଶନ ଏୟାର ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଟେଣ୍ଡର ଜାରୀ କରିଛି । ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଜଣେ ସୈନିକ କାନ୍ଧ ଉପରେ ରଖି ଫାୟାର କରିପାରିବ । ଏହା ଦ୍ୱାରା ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ।
ସେନା ମେକ ଇନ ଇଣ୍ଡିଆ ଅନୁସାରେ ୪୮ ଲଂଚର, ୮୫ ମିସାଇଲ ଓ ଅନ୍ୟ କେତେଗୁଡିଏ ଆବଶ୍ୟକକୀୟ ଉପକରଣର ଆବଶ୍ୟକତା ଅଛି ବୋଲି ଦର୍ଶାଇଛି । ଇତି ମଧ୍ୟରେ ଭାରତ ସରକାର ପାକିସ୍ତାନରୁ ସମସ୍ତ ପଦାର୍ଥ ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ସେହିପରି ସମସ୍ତ ଡାକ ଓ ପାର୍ସଲ ସେବା ମଧ୍ୟ ବନ୍ଦ କରାଯାଇଛି । ଭାରତୀୟ ସେନାର ପାକିସ୍ତାନ ବିରୋଧରେ ବଡ ଆକ୍ରମଣ ଯୋଜନା ପ୍ରସ୍ତୁତ କରୁଛି । ପାକିସ୍ତାନ ଏ ପର୍ଯ୍ୟନ୍ତ ଭାରତ କି ଭଳି ଆକ୍ରମଣ କରିବ ସେ ନେଇ କିଛି ଜାଣି ପାରି ନାହିଁ ।
Comments are closed.