Latest Odisha News

BREAKING NEWS

ଆସନ୍ତୁ ଜାଣିବା କଣ ପାଇଁ ଆଇପିଏଲ ଅଧାରୁ ରାବାଡା ପ୍ରତ୍ୟାବର୍ତନ କରିଥିଲେ ସ୍ୱଦେଶ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟାନ୍ସର ଷ୍ଟାର ପେସ ବୋଲର କାଗିସୋ ରାବାଡା ହଠାତ ବ୍ୟକ୍ତିଗତ କାରଣ ଦର୍ଶାଇ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତନ କରିଥିଲେ । ଏବେ ସେ କେଉଁ କାରଣ ପାଇଁ ସ୍ୱଦେଶ ଫେରି ଯାଇଥିଲେ ତାହା ଜଣାଇଛନ୍ତି । ରାବାଡା ନିଷିଦ୍ଧ ଡ୍ରଗ୍ସ ସେବନ କରିବାକୁ ଯୋଗୁ ସାମୟିକ ଭାବେ ବାସନ୍ଦ ହୋଇଛନ୍ତି । ଡୋପ ଟେଷ୍ଟରେ ତାଙ୍କ ଶରୀରରୁ ପ୍ରତିବନ୍ଧିତ ଡ୍ରଗ୍ସର ମାତ୍ରା ମିଳିଥିଲା । ସେ ନିଜେ ଏହା ପ୍ରଶଂସକଙ୍କୁ ଜଣାଇବା ସହ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ମୋର ଏହି ଖରାପ ସମୟରେ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

କିଛି ଦିନ ମଧ୍ୟରେ ମୁଁ ସଫଳତାର ସହ ପୂନର୍ବାର କ୍ରିକେଟକୁ ପ୍ରତ୍ୟାବର୍ତନ କରିବି ବୋଲି ସେ କହିଛନ୍ତି । ଏଥର ମେଗା ନିଲାମରେ ଗୁଜରାଟ ଟାଇଟାନ୍ସ ୧୦.୭୫ କୋଟି ଟଙ୍କାରେ ରାବାଡାଙ୍କୁ ଦଳରେ ନେଇଥିଲା । ଅବଶ୍ୟ ରାବାଡାଙ୍କ ଅନୁପସ୍ଥିତିରେ ଗୁଜରାଟ ଭଲ ପ୍ରଦର୍ଶନ ଜାରୀ ରଖି ପ୍ଲେ ଅଫର ନିକଟତର ହୋଇଛି ।

Comments are closed.