ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ହେନରିକ କ୍ଲାସେନଙ୍କ ବିସ୍ଫୋରକ ଶତକ ବଳରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୨୭୯ ରନର ଲକ୍ଷ୍ୟ ରଖିଥିଲା । କ୍ଲାସେନ ୩୭ ବଲରେ ଶତକ ହାସଲ କରିଥିଲେ । ସେ ଆଇପିଏଲରେ ୨ଟି ଶତକ ମାରି ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି । ତେବେ ଆଇପିଏଲରେ ଦ୍ରୁତ ଶତକ ଏବେ ବି କ୍ରିସ ଗେଲଙ୍କ ନାମରେ ରହିଛି । ଆରସିବି ପକ୍ଷରୁ ଖେଳୁଥିବା ଗେଲ ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୩୦ ବଲରେ ଶତକ ମାରିଥିଲେ ।
ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ଚଳିତ ସଂସ୍କରଣରେ ୩୫ ବଲରେ ଗୁଜରାଟ ବିପକ୍ଷରେ ଶତକ ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୟୁସୁଫ ପଠାନ(୩୭ ବଲ), କ୍ଲାସେନ(୩୭) ଓ ଡେଭିଡ ମିଲର(୩୮) ଯଥାକ୍ରମେ ତୃତୀୟରୁ ପଂଚମ ସ୍ଥାନ ମଧ୍ୟରେ ରହିଛନ୍ତି । କ୍ଲାସେନ ତାଙ୍କ ଇନିଂସରେ ୬ ଚୌକା ଓ ୯ ଛକା ମାରିଥିଲେ । କେକେଆର ଓ ହାଇଦ୍ରାବାଦ ପୂର୍ବରୁ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି ।
Comments are closed.