Latest Odisha News

BREAKING NEWS

ବଲାଙ୍ଗିରର ବଙ୍ଗୋମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ବଲାଙ୍ଗିର: ବଲାଙ୍ଗିରର ବଙ୍ଗୋମୁଣ୍ଡାରେ ୩ ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତକୁ ଏନଏସି ମାନ୍ୟତା ଦାବି, ପ୍ରାଥମିକ ଚିକିତ୍ସାଳୟକୁ ଏରିଆ ହସ୍ପିଟାଲ୍ ଓ ମୁକୁନ୍ଦ ସାଗରର ପୁନଃଉଦ୍ଧାର ଆଦି ଦାବି ରହିଛି ।

ଏନେଇ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଏହି ଆନ୍ଦୋଳନ କରାଯାଉଛି ବୋଲି ଜଣେ ଆନ୍ଦୋଳନରତ କର୍ମୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.