ପେଟ୍ରାଲ, ଡିଜେଲ ଓ ଲିଥିୟମ ବ୍ୟାଟେରୀରେ ସ୍କୁଟର ଚାଲୁଥିବା ଆମେ ଜାଣିଛେ । ଏବେ ଚୀନ ଏହାଠାରୁ ଆଉ ପାଦେ ଆଗେଇ ଯାଇଛି । ରିପୋର୍ଟ ମୁତାବକ ଚୀନ ଲୁଣରେ ଚାଲୁଥିବା ସ୍କୁଟର ପ୍ରସ୍ତୁତ କରିଛି । ବିଶ୍ୱାସ ହେଉ ନ ଥିଲେ ଏହା ସତ । ଅଧିକାଂଶ ଇଲେକ୍ଟ୍ରିକ ସ୍କୁଟର ଏବେ ଲିଥିୟମ-ଆୟନ ବ୍ୟାଟେରୀରୁ ଚାଲୁଛି । ଏହା ବ୍ୟୟବହୂଳ ଏବଂ ଚାର୍ଜ ପାଇଁ ଅଧିକ ସମୟ ନେଉଛି । ଏବେ ନୂତନ ଟେକ୍ନୋଲୋଜିରେ ସୋଡିୟମରୁ ପ୍ରସ୍ତୁତ ବ୍ୟାଟେରୀର ବ୍ୟବହାର କରାଯାଉଛି । ଏହା ଅପେକ୍ଷାକୃତ ଶସ୍ତା ଏବଂ ଖୁବ ଶୀଘ୍ର ଚାର୍ଜ ହୋଇଥାଏ । ଚୀନରେ ଏବେ ଏହି ସ୍କୁଟର ୩୫ ରୁ ୫୧ ହଜାର ମଧ୍ୟରେ ଆସୁଛି । ଏହି ସ୍କୁଟର ଏବେ ପରୀକ୍ଷଣ ଭାବେ ଲାଗୁ କରାଯାଇଥିବା ବେଳେ ଏହାର ଫଳାଫଳ ବେଶ ଉତ୍ସାହଜନକ ରହିଛି । ପେଟ୍ରୋଲ ଏବଂ ଇଭି ସ୍କୁଟର ତୁଳନାରେ ଏହା ଶସ୍ତା ହୋଇଥିବାରୁ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି । ଲିଥିୟମର ବହୂଳ ବ୍ୟବହାର ପରୋକ୍ଷରେ ପରିବେଷକୁ ପ୍ରଦୂଷଣ କରୁଛି ।
ଏହା ତୁଳନାରେ ସୋଡିୟମ ବ୍ୟାଟେରୀ ବେଶ ଭଲ । ଏହାର ମୂଖ୍ୟ କାରଣ ହେଲ ପରିବେଶକୁ ଏହା ପ୍ରଦୂଷଣ କରି ନ ଥାଏ । ଭାରତରେ ଓଲା, ଆଥର ଓ ହୀରୋ ଇଲେକ୍ଟ୍ରିକ ଏବେ ଏହି ଟେକ୍ନୋଲୋଜିକୁ ଆପଣାଇବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଯଦି ସବୁ କିଛି ଠିକ ଠାକ ରୁହେ ତେବେ ଏହି ସୋଡିୟମ ବ୍ୟାଟେରୀରେ ଚାଲୁଥିବା ସ୍କୁଟର ଗ୍ରାହକ ଏବଂ ପରିବେଶ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ । ଅବଶ୍ୟ ଏଥିପାଇଁ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।
Comments are closed.