Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ; ଫୁକେତରେ ଏମର୍ଜେନ୍ସି ଲ୍ୟାଣ୍ଡିଂ 

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେତରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା। କିନ୍ତୁ ଶୁକ୍ରବାର ଦିନ ବୋମା ଧମକ ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI 379 ଫୁକେତରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏଥିରେ ୧୫୬ ଜଣ ଯାତ୍ରୀ ଥିଲେ କିନ୍ତୁ ଉଡ଼ାଣ ଆରମ୍ଭ କରିବା ପରେ ବୋମା ଧମକ ମିଳିଥିଲା। ପରେ ଆଣ୍ଡାମାନ ସାଗର ଚାରିପାଖରେ ଘୂରି ବୁଲିବା ପରେ ବିମାନଟି ଫେରି ଆସିବା ସହ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା।

ଫୁକେତ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ଏମର୍ଜେନ୍ସି ଲ୍ୟାଣ୍ଡିଂ ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଉଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ସେହିପରି ଗୁରୁବାର ଦିନ ଅହମ୍ମ ଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।

 

Comments are closed.