Latest Odisha News

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ଅଭିନେତା ବିକ୍ରାନ୍ତ ମେସିଙ୍କ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫାମିଲି ଫ୍ରେଣ୍ଡ୍ ତଥା ସମ୍ପର୍କୀୟ ଭାଇ କ୍ଲାଇଭ କୁଣ୍ଡରଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କ୍ଲାଇଭ କୁଣ୍ଡର ଦୁର୍ଘଟଣାଗ୍ରସ୍ତ ବିମାନର କୋ-ପାଇଲଟ ଥିଲେ। ବିକ୍ରାନ୍ତ ମେସି ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଦୁଃଖ ପ୍ରକାଶ କରିଛନ୍ତି ବିକ୍ରାନ୍ତ।

ବିକ୍ରାନ୍ତ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ନିକଟତମ ବ୍ୟକ୍ତିଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ଆଜି ଅହମ୍ମଦାବାଦରେ ଘଟିଥିବା ଅକଳ୍ପନୀୟ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ନିକଟତମ ଲୋକଙ୍କ ପାଇଁ ମୋର ହୃଦୟ ଭାଙ୍ଗି ଯାଇଛି। ମୋ ଦାଦା କ୍ଲିଫୋର୍ଡ କୁଣ୍ଡର ତାଙ୍କ ପୁଅ କ୍ଲାଇଭ କୁଣ୍ଡରଙ୍କୁ ହରାଇଛନ୍ତି, ଯିଏ ଦୁର୍ଭାଗ୍ୟବଶତଃ ବିମାନର କୋ-ପାଇଲଟ ଥିଲେ। ଭଗବାନ ତାଙ୍କୁ ଏବଂ ପୁରା ପରିବାରକୁ ଏହି ଦୁଃଖ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ।

 

Comments are closed.