Latest Odisha News

BREAKING NEWS

୨୦୧୯ ବର୍ଷର ଶେଷ ସୂର୍ଯ୍ୟପରାଗ: କେତେ ଶୁଭ କେତେ ଅଶୁଭ

ଭୁବନେଶ୍ୱର: ପୁରାଣ କଥା ଅନୁସାରେ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି ।

ଏହିଦିନ ମଧ୍ୟ ଗୁରୁବାର, ପୌଷ ଅମାବାସ୍ୟା । ଏହି ଦିନରେ ଗଜପତି ମହାରାଜାଙ୍କର ୬୨ ଅଙ୍କ, ୧୬୭୨ ସାଲ ରହିଛି । କେବଳ ଓଡିଶା ନୁହେଁ ବରଂ ସମଗ୍ର ଭାରତବର୍ଷ ରେ ଏହି ପରାଗ ର ପ୍ରଭାବ ରହିଛି ।

ପୁରୀରେ ସୂର୍ଯ୍ୟୋଦୟ ସମୟ ସକାଳ ୬ ଟା ୨୨ ମିନିଟ ୫୫ ସେକେଣ୍ଡ ରହିଥିବା ବେଳେ ପୁରୀ କୁ ସ୍ପର୍ଶ କରିବ ସକାଳ ୮ ଟା ୨୦ ମିନିଟ ୦୭ ସେକେଣ୍ଡରେ ।

ଏହି ପରାଗ ନୈରତ କୋଣ ବ୍ୟାପି ପଶ୍ଚିମ ଦିଗରେ ବ୍ୟାପକ ରହିବ । ୧୧ ଟା ମିନିଟ ୨୦ ସେକେଣ୍ଡରେ ଶେଷ ହେବ । ସମୁଦାୟ ଅବଧି ୩ ଘଣ୍ଟା ୦୯ ମିନିଟ ୦୨ ସେକେଣ୍ଡ ରହିବ ।

ପୂର୍ବଦିନ ଅର୍ଥାତ ୨୫ ତାରିଖ ବୁଧବାର ଦିନ ରାତି ୮ ଟା ୨୦ ମିନିଟ ରୁ ଅନ୍ନ ଭୋଜନ,ପାକ ନିଷେଧ ରହିବ ।କେବଳ ଜଳଖିଆ ଖାଇପାରିବେ । ଦେବ ନୀତି ସମ୍ପୂର୍ଣ ବନ୍ଦ ରହିବ ।

ପରାଗ ସମୟରେ କର୍କଟ, ସିଂହ, କନ୍ୟା, ତୁଳା, ବିଛା ଏବଂ କୁମ୍ଭ ରାଶି ମାନଙ୍କ ଲାଗି ଶୁଭ ଅନ୍ୟ ୬ ଟି ରାଶି ଲାଗି ଅଶୁଭ ।

ରୋଗୀ , ଶିଶୁ,ଗର୍ଭବତୀ ମହିଳା ମାନେ ସତର୍କ ରହିବେ । ଏଇ ପରାଗ ସମୟରେ ଗର୍ଭବତୀ ମହିଳା ମାନେ ନିଜ କୋଳରେ ନଡ଼ିଆ ରଖି ଶ୍ରୀବିଷ୍ଣୁଙ୍କ ମନ୍ତ୍ର ଜପ କରିବା ଦରକାର ।

Leave A Reply

Your email address will not be published.