ଭୁବନେଶ୍ୱର: ଗୁରୁବାର ୨୬ ତାରିଖ ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ ଭାରତରେ ଦୃଶ୍ୟମାନ ହେବ ଏହି ପରାଗ କାଳର ଅବଧି (ଘ୦୩/୦୯ମି)ତିନିଘଣ୍ଟା ନଅ ମିନଟ ରହିବ ,ପରାଗସ୍ପର୍ଶ ଦିବା ଘ୦୮.୨୦ ମିନଟ ରେ ହେବ ପରାଗ ମଧ୍ୟକାଳ ଦିବା ଘ ୦୯/୫୪ ମିନଟ ଏବଂ ପରାଗ ସର୍ବମୋକ୍ଷ ଦିବା ଘ୧୧.୨୯ ମିନଟରେ ହେବ । ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ପୂର୍ବଦିନ(ବୁଧବାର) ରାତ୍ର ଘ୦୮.୨୦ ମିନଟ ଠାରୁ ପାକତ୍ୟାଗ , ଦେବନୀତି ଓ ଅନ୍ନଭୋଜନ ନିଷିଦ୍ଧ କରାଯାଇଛି ପରାଗ ସର୍ବମୋକ୍ଷ ପରେ ଅର୍ଥାତ ଦିବା ଘ୧୧.୨୯ମି ପରେ ମହାସ୍ନାନ କରାଇ ଦେବତାଙ୍କର ଦେବନୀତି କରଣୀୟ ।
ପରାଗ ଦର୍ଶନ କରି କରିବା ପାଇଁ ଶୁଭ ରାଶି:
କର୍କଟ, ସିଂହ,କନ୍ୟା,ତୁଳା, ବିଛା ଓ କୁମ୍ଭରାଶି ଜାତ ବ୍ୟକ୍ତି ମାନଙ୍କ ପାଇଁ ଶୁଭ ହେବ । ଏହା ବ୍ୟତୀତ ଅନ୍ୟ ରାଶିମାନଙ୍କର ପରାଗ ଦର୍ଶନେ ଅଶୁଭ ଫଳ ପ୍ରାପ୍ତ ହେବ । ଏଣୁ ମେଷ ବୃଷ ମିଥୁନ ଧନୁ ମକର ଓ ମୀନ ରାଶିର ବ୍ୟକ୍ତିମାନେ ପରାଗ ଦର୍ଶନ ନ କରିବା ଭଲ ।
ପରାଗ କାଳରେ ସର୍ବାଧିକ କୁପ୍ରଭାବ ଗର୍ଭବତୀ ମହିଳା ,ଗର୍ଭସ୍ଥଶିଶୁ ମାନଙ୍କ ଉପରେ ପଡିଥାଏ ବୋଲି କୁହାଯାଏ![]()
ଏଣୁ ପରାଗ ସମୟରେ ଗର୍ଭବତୀ ମହିଳାମାନଙ୍କୁ ବହୁତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।ଯେପରି ପରାଗ ସମୟରେ ବାହାରକୁ ନବାହାରିବା, ପରାଗକୁ ନଦେଖିବା ,ଧାରୁଆ ଅସ୍ତ୍ରର ବ୍ୟବହାର ନକରିବା ,କବାଟ ଝରକା ବନ୍ଦ କରି ଘରଭିତରେ ରହିବା, ଖାଦ୍ୟ ନଖାଇବା ,ବାହାରେ ମଳମୂତ୍ର ତ୍ୟାଗ ନକରିବା, କୌଣସି ଦ୍ରବ୍ୟକୁ ନକାଟିବା ,ଡାଳ ପତ୍ର ନଛିଣ୍ଡାଇବା ,ସିଲେଇ ନକରିବା , ଖାଦ୍ୟ ତିଆରି ନକରିବା, ସୂର୍ଯ୍ୟକିରଣ ନିଜ ଉପରେ ପଡ଼ିବାକୁ ନଦେବା ଏହିପରି କିଛି ନିୟମ ପାଳନ କଲେ ସେମାନଙ୍କ ପ୍ରତି କୌଣସି ଅସୁବିଧା ହୋଇନଥାଏ ଓ ଗର୍ଭରେଥିବା ଶିଶୁମାନଙ୍କର ଧଧ୍ୟ କୌଣସି କ୍ଷତି ହୋଇନଥାଏ। ପରାଗ ପ୍ରଭାବରୁ ମୁକ୍ତହୋଇ ଗ୍ରହଣ ଖଣ୍ଡିଆ ଆଦି ବିକଳାଙ୍ଗତାରୁ ରକ୍ଷାପାଇ ପାରିଥାଆନ୍ତି ।
ଗର୍ଭବତୀ ସ୍ତ୍ରୀଲୋକଙ୍କ ପ୍ରତିକାର:
ଏହା ବ୍ୟତୀତ ଗର୍ଭବତୀ ସ୍ତ୍ରୀଲୋକମାନେ ମଧ୍ୟ କେତେ ଗୋଟି ସାମାନ୍ୟ ପ୍ରତିକାର କଲେ ସେମାନଙ୍କ ଗର୍ଭସ୍ଥ ଶିଶୁର ପରାଗ କୁପ୍ରଭାବର ଶିକାର ହୋଇନଥାନ୍ତି ଯଥା –
ପ୍ରଥମଟି ହେଲା ସେମାନେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି ବା ପାନୀୟ ଗ୍ରହଣ କରୁଛନ୍ତି ସେଥିରେ ଦୁଇ ତିନୋଟି ତୁଳସୀ ପତ୍ର ଛିଣ୍ଡାଇ ପକାନ୍ତୁ ଏବଂ କିଛି ସମୟ ରଖିବା ପରେ ଖାଦ୍ୟ ପାନୀୟ ଗ୍ରହଣ କରିବା ଦ୍ଵାରା କୌଣସି ଅସୁବିଧା ହୋଇନଥାନ୍ତି ।
ସେମାନେ ନିଜ ପାଖରେ ଏକ ନଡ଼ିଆ କିମ୍ବା ତୁଳସୀ ପତ୍ର ରଖିପାରିବେ।ଶିବଙ୍କ ମନ୍ତ୍ର ବା ସୂର୍ଯଙ୍କ ଗାୟତ୍ରୀ ଜପ କରିବା ଦ୍ବାରା ସେମାନଙ୍କ ଉପରେ ମଧ୍ୟ କୌଣସି କୁପ୍ରଭାବ ପଡେନାହିଁ ।