Latest Odisha News

BREAKING NEWS

ଅନୁଷ୍କାଙ୍କ ପୂର୍ବରୁ ବ୍ରାଜିଲ ଅଭିନେତ୍ରୀଙ୍କୁ ଡେଟ କରୁଥିଲେ କୋହଲି

ନୂଆଦିଲ୍ଲୀ: ବଲିଉଡ ଓ କ୍ରିକେଟ ମଧ୍ୟରେ ସର୍ବଦା ଏକ ସମ୍ପର୍କ ଯୋଡି ହୋଇ ରହିଥାଏ । କ୍ରିକେଟର ଓ ବଲିଉଡ ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଯୋଡିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ପରସ୍ପରକୁ ଭଲ ପାଇବା ପରେ ଉଭୟ ୨୦୧୭ରେ ବିବାହ କରିଥିଲେ । ସେମାନଙ୍କ ୨ଟି ସନ୍ତାନ ରହିଛି । କୋହଲିଙ୍କ ପ୍ରେମରେ ପଡିବା ପୂର୍ବରୁ ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ ନାମ ଶାହୀଦ କାପୁର, ଅର୍ଜୁନ କାପୁର, ରଣବୀର ସିଂ ଓ ରଣବୀର କାପୁରଙ୍କ ସହ ଯୋଡା ଯାଉଥିଲା । ସେହିପରି ବିରାଟ ମଧ୍ୟ ଜଣଙ୍କ ପ୍ରେମରେ ପଡି ଯାଇଥିଲେ ।

ପିଙ୍କ ଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ବ୍ରାଜିଲର ଅଭିନେତ୍ରୀ ଇଜାବେଲ ଲେଇଟେଙ୍କୁ କୋହଲି ଡେଟ କରୁଥିଲେ । ଇଜାବେଲ ୨/୩ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ଆଡ ଶୁଟିଂ ଅବସରରେ ଉଭୟ ପରସ୍ପରକୁ ପସନ୍ଦ କରିଥିଲେ ମଧ୍ୟ ଏହା ବେଶୀ ଦିନ ତିଷ୍ଠି ନ ଥିଲା । ୨ ବର୍ଷ ପରେ ଏହି ପ୍ରେମରେ ବିରାମ ଲାଗିଥିଲା । ୨୦୧୪ରେ ଇଜାବେଲ ମଧ୍ୟ ଏକ ସାକ୍ଷାତକାରରେ କୋcହଲିଙ୍କ ସହ ସମ୍ପର୍କକୁ ସ୍ୱୀକାର କରିଥିଲେ । ଏହା ପରେ କୋହଲି ଓ ଅନୁଷ୍କାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଛି ।

Comments are closed.