Latest Odisha News

BREAKING NEWS

ସାଇନାଙ୍କ ପରେ ଦିବ୍ୟା ମଧ୍ୟ ପତିଙ୍କଠାରୁ ହେଲେ ଅଲଗା

ନୂଆଦିଲ୍ଲୀ: ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପରେ ଏବେ ଆନ୍ତର୍ଜାତୀୟ ରେସଲର ଦିବ୍ୟା କାକରନ ତାଙ୍କ ପତିଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତ । ସୋସିଆଲ ମିଡିଆରେ ପୋଷ୍ଟ କରି ଦିବ୍ୟା ଏ ସମ୍ପର୍କରେ ଜଣାଇଛନ୍ତି । ଏହା ମୋ ଜୀବନର ଏକ କଠିନ ନିଷ୍ପତି ଥିଲା । ଭାବନାତ୍ମକ ଭାବେ ଜଡିତ ହେବା ପରେ ଅଲଗା ହେବା କଷ୍ଟକର ବୋଲି ସେ କହିଛନ୍ତି । ଜୀବନରେ ବେଳେ ବେଳେ ଆମେ ଏମିତି ପରିସ୍ଥିତିରେ ପଂହଚିଥାଏ ଯାହା କେବେ ପୂର୍ବରୁ ଭାବି ନ ଥିବୁ । ମୋର ପ୍ରତ୍ୟେକ ନିଷ୍ପତିରେ ମାତା, ପିତା ଓ ପରିବାର ଲୋକ ସମର୍ଥନ କରିଥିବାରୁ ସେମାନଙ୍କ ପାଖରେ ଋଣୀ ବୋଲି ଦିବ୍ୟା କହିଛନ୍ତି । ୨୧ ଫେବୃୟାରୀ ୨୦୨୩ରେ ସେ ମେରଠର ଜିମ ଟ୍ରେନର ସଚିନ ପ୍ରତାପ ସିଂଙ୍କୁ ବିବାହ କରିଥିଲେ । ଏହା ପୂର୍ବରୁ ଉଭୟ ପରସ୍ପରକୁ ଭଲ ପାଉଥିଲେ ।

୨୦୨୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିବାରୁ ରାଜ୍ୟ ସରକାର ତାଙ୍କୁ ତହସିଲଦାର ପଦରେ ନିଯୁକ୍ତ କରିଥିଲେ । ଏହା ପୂର୍ବରୁ ସେ ରେଲୱେରେ ଟିଟି ଭାବେ କାର୍ଯ୍ୟରତ ଥିଲେ । ୨୦୧୮ ଏସିଆନ ଗେମ୍ସ ଓ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇ କରିଥିଲେ ମଧ୍ୟ କୌଣସି କାରଣ ବଶତଃ ସୁଯୋଗ ପାଇ ନ ଥିଲେ । ୨୦୨୩ରେ ତାଙ୍କୁ ଅର୍ଜୁନ ପୁରସ୍କାର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Comments are closed.