ନୂଆଦିଲ୍ଲୀ: ମୋ ପାଖରେ ନ୍ୟୁଜ୍ ଓ ୟୁଟ୍ୟୁବ୍ ଦେଖିବାକୁ ସମୟ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି। ସିଜେଆଇ ବି.ଆର.ଗଭାଇ ଏବଂ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କ ଏକ ଖଣ୍ଡପୀଠ ବରିଷ୍ଠ ଓକିଲ ଅରବିନ୍ଦ ଦାତାର ଏବଂ ପ୍ରତାପ ଭେନୁଗୋପାଳଙ୍କୁ ଇଡି ଦ୍ୱାରା ସେମାନଙ୍କ ସମ୍ପୃକ୍ତ ମହକିଲଙ୍କୁ ଆଇନଗତ ପରାମର୍ଶ ଦେବା ପାଇଁ ସମନ କରିବା ନେଇ ଏକ ସ୍ୱତଃ ମାମଲା ଶୁଣାଣି କରିଥିଲେ।
‘କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ବିରୋଧରେ କୌଣସି ଗୁଜବ ଦ୍ୱାରା ସୁପ୍ରିମକୋର୍ଟ ପ୍ରଭାବିତ ହେବା ଉଚିତ୍ ନୁହେଁ ବୋଲି ଏକ ମନ୍ତବ୍ୟ ପ୍ରକାଶ କରାଯାଇଥିଲା। ଯାହା ଉପରେ ପ୍ରତିକ୍ରିୟା ଦେଇ ସୋମବାର ଭାରତର ପ୍ରଧାନ ବିଚାରପତି ବି.ଆର. ଗଭାଇ କହିଛନ୍ତି ଯେ ଆମେ କୌଣସି ବାହ୍ୟ ଖବର କିମ୍ବା ୟୁଟ୍ୟୁବ୍ ଦେଖୁନାହୁଁ। ମୁଁ କେବଳ ଗତ ସପ୍ତାହରେ ହିଁ କିଛି ଫିଲ୍ମ ଦେଖିପାରିଥିଲି।
ତେବେ ତଦନ୍ତକାରୀ ସଂସ୍ଥା ଆଇନଗତ ପରାମର୍ଶ ଦେବା ପାଇଁ ଓକିଲମାନଙ୍କୁ ନୋଟିସ୍ ଜାରି ନକରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ସଲିସିଟର ଜେନେରାଲ କହିଛନ୍ତି ଯେ କେତେକ ସମୟରେ ସାଧାରଣ ମନ୍ତବ୍ୟ ଗୁଡ଼ିକୁ ମଧ୍ୟ ବ୍ୟକ୍ତିଗତ ମାମଲା ଆଧାରରେ ଭୁଲ ଭାବରେ ବୁଝାଯାଏ। ଏକ ପ୍ରତିଷ୍ଠାନ ବିରୁଦ୍ଧରେ ନ୍ୟୁଜ୍ ତିଆରି କରିବାର ଏକ ଯୋଜନାବଦ୍ଧ ପ୍ରୟାସ ହେଉଥିବା ସେ କହିଛନ୍ତି। ତେବେ ଏହାକୁ ନେଇ ସିଜେଆଇ କହିଛନ୍ତି ଯେ ଅନେକ ସମୟରେ ଇଡି ଦ୍ୱାରା ସୀମା ଅତିକ୍ରମ ହେଉଥିବାର ଶୁଣିବାକୁ ମିଳୁଛି।
Comments are closed.