Latest Odisha News

BREAKING NEWS

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପାଇଁ ୧୦୨ ଲକ୍ଷ କୋଟି ହେବ ନିବେଶ

ଭୁବନେଶ୍ୱର: କେନ୍ଦ୍ର ସରକାର ରଷ୍ଟ୍ରୀୟ ପାଇପଲାଇନର ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ରୋଡ଼ ମ୍ୟାପ ତିଆରି କରିଛନ୍ତି। ଏହି ଇନଫ୍ରାଷ୍ଟ୍ରକ୍ଚର ପାଇପ ଲାଇନ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ସରକାର ଅଶାବ୍ୟକ୍ତ କରୁଛନ୍ତି ଯେ ଏଥିରେ ସରକାର ନିଜର ପାଞ୍ଚ ଟ୍ରିଲିଅନ ଡଲାର ର ଅର୍ଥବ୍ୟବସ୍ଥା ବନେଇବାର ଲକ୍ଷ ପୁରା କରାଯାଇ ପାରିବ । ନୂଆ ପାଇପ ଲାଇନ ରେ କେନ୍ଦ୍ର ଓ ରାଜ୍ୟର ୩୯ ପ୍ରତିଶତ ପ୍ରୋଜେକ୍ଟ ହେବ ଓ ବାକି ୨୨ ପ୍ରତିଶତ ଘରୋଇକ୍ଷେତ୍ରରେ ହେବ । ଯେଉଁ ସେକ୍ଟର ରେ ଏହି ପ୍ରୋଜେକ୍ଟ ହେବ ସେଗୁଡିକ ହେଲା ବିଜୁଳୀ, ରେଲୱେ, ସହରୀ ଜଳସେଚନ, ମୋବିଲିଟି, ଶିକ୍ଷା ଓ ସ୍ୱାସ୍ଥ୍ୟ ସାମିଲ ଅଛି ।

ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ରେ ଘୋଷଣା କରି କହିଲେ ଯେ , ପ୍ରଧାନମନ୍ତ୍ରୀ ଲାଲ କିଲ୍ଲା ରୁ ନିଜର ଭାଷଣରେ ୧୦୦ ଲକ୍ଷ କୋଟି ଟଙ୍କାର ଇନଫ୍ରାଷ୍ଟ୍ରକ୍ଚର ଉପରେ ନିବେଶ କରିବା ପାଇଁ ଘୋଷଣା କରିଥିଲେ ।ଯାହାପରେ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା । ଏହି ଟାସ୍କଫୋର୍ସ ୧୦୨ ଲକ୍ଷ କୋଟି ଟଙ୍କାର ପ୍ରୋଜେକ୍ଟ ବାହାର କରିଛନ୍ତି , ଯାହାପାଇଁ ୭୦ ଷ୍ଟେକହୋଲ୍ଡର କଥାବାର୍ତ୍ତା କରିଥିଲେ । ଏହି ପାଇପଲାଇନ ରେ ତିନି ଲକ୍ଷ କୋଟି ଟଙ୍କା ର ଅନ୍ୟ ପ୍ରୋଜେକ୍ଟ ମଧ୍ୟ ସାମିଲ କରାଯିବ । ଏହି ପ୍ରୋଜେକ୍ଟ ୫୧ ଲକ୍ଷ କୋଟି ଟଙ୍କାର ପୂର୍ବରୁ ଚାଲିଥିବା ପ୍ରୋଜେକ୍ଟ ଠାରୁ ଅଲଗା, ଯାହା ପୂର୍ଵ ଛଅ ବର୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଆସୁଥିଲା ।

ଏହି ପାଇପଲାଇନ ନିର୍ମାଣ ପାଇଁ ସୀତାରମଣ ଗୋଟିଏ ଟାସ୍କଫୋର୍ସ ଗଠନ କରିଥିଲେ । ଏହା ଛଡ଼ା ବ୍ୟବସାୟିକ ପାଇଁ ଏକ ସିଙ୍ଗିଲ ୱିଣ୍ଡୋ ସିଷ୍ଟମ ତିଆରି କରାଯିବ ଯାହା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗୋଟିଏ ସ୍ଥାନରେ ସବୁ ମଞ୍ଜୁରୀ ମିଳିଯିବ । ଏହି ସିଙ୍ଗିଲ ୱିଣ୍ଡୋ ସିଷ୍ଟମ ଚାରି ପର୍ଯ୍ୟାୟରେ ପୂର୍ଣ୍ଣ ହେବ । ପ୍ରୋଜେକ୍ଟରେ ନିବେଶ ପାଇଁ ସିଙ୍ଗିଲ ଅନଲାଇନ ଫର୍ମ ଆରମ୍ଭ ପାଇଁ ଘୋଷଣା କରିଛନ୍ତି । ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ କେନ୍ଦ୍ରର ମଞ୍ଜୁରୀ ସୀମା ପୂର୍ବରୁ ଧାର୍ଯ୍ୟ ହୋଇଛି । ଏହି ସିଙ୍ଗିଲ ୱିଣ୍ଡୋ ସେଲ ୨୧ ରାଜ୍ୟରେ ହେବ । ପ୍ରତ୍ୟେକ ମନ୍ତ୍ରାଳୟ ଓ ରାଜ୍ୟ ସହ କଥାବାର୍ତ୍ତା ପାଇଁ ଦୁଇଜଣ ନିଯୁକ୍ତ ହେବ।ଏହାଛଡା ବିତ୍ତ ମନ୍ତ୍ରୀ କହିଛନ୍ତି ଯେ ୨୦୨୦ ର ଦ୍ୱିତୀୟ ତ୍ରୟମାସିକ ବିଜିନେସ ମିଟ ର ଆୟୋଜନ ମଧ୍ୟ ସରକାରଙ୍କ ତରଫରୁ କରାଯିବ ।

Leave A Reply

Your email address will not be published.