Latest Odisha News

BREAKING NEWS

ଇତିହାସ ରଚିଲେ ଡେୱାଲ୍ଡ ବ୍ରେଭିସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେୱାଲ୍ଡ ବ୍ରେଭିସ ଟି୨୦ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମାତ୍ର ୫୬ ବଲରେ ୧୨୫ ରନର ଇନିଂସ ଖେଳିଥିଲେ । ଏଥିରେ ୧୨ ଚୌକା ଓ ୮ ଛକା ଥିଲା । ସେ ୪୧ ବଲରେ ଶତକ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ କମ ବୟସରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ନିଜ ଦେଶ ପକ୍ଷରୁ ସେ ଦ୍ରୁତ ଶତକ ହାସଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ସେ ଦ୍ରୁତ ଶତକ ମାରିଛନ୍ତି ।

ଡେଭିଡ ମିଲର ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ରୁତ ଶତକ ହାସଲରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୨୦୧୭ରେ ବାଂଲାଦେଷ ବିପକ୍ଷରେ ୩୫ ବଲରେ ଶତକ ମାରିଥିଲେ । ବ୍ରେଭିସ ଦକ୍ଷିଣ ଆଫ୍ରିକା ପକ୍ଷରୁ ଟି୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି । ଏହା ପୂର୍ବରୁ ଫାପ ଡୁ ପ୍ଲେସି ୨୦୧୫ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୧୯ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ମାଟିରେ ୨୦୧୬ରେ ଶେନ ୱାଟସନ ଭାରତ ବିପକ୍ଷରେ ୧୨୪ ରନର ଇନିଂସ ଖେଳିଥିଲେ । ବ୍ରେଭିସ ଏହି ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି ।

Comments are closed.