Latest Odisha News

‘ଜଲି ଏଲଏଲବି ୩’ ଟିଜର ରିଲିଜ୍; ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ଅରଶଦ ୱାରସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ଜଲି ଏଲଏଲବି ୩କୁ ନେଇ ବର୍ତ୍ତମାନ୍ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଅରଶଦ ୱାରସି ମଧ୍ୟ ନଜର ଆସିବେ। ତେବେ ଜଲି ଏଲଏଲବି ୩ ର ଟିଜର ମଙ୍ଗଳବାର ରିଲିଜ୍ ହୋଇଯାଇଛି। ଯାହାକୁ ପ୍ରଶଂସକ ବେଶ ପସନ୍ଦ ମଧ୍ୟ କରିଛନ୍ତି।

ତେବେ ନିର୍ଦ୍ଦେଶକ ସୁଭାଷ କପୁରଙ୍କ ନେତୃତ୍ୱରେ ୨୦୧୩ ମସିହାରେ ବଲିଉଡରେ ଜଲି ଏଲଏଲବି ଫ୍ରାଞ୍ଚାଇଜି ଆରମ୍ଭ ହୋଇଥିଲା। ପ୍ରଥମ ଭାଗରେ ଅରଶଦ ୱାରସି ଏବଂ ଦ୍ୱିତୀୟ ଭାଗରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। କିନ୍ତୁ ଏହାର ତୃତୀୟ ଭାଗରେ ଦୁଇ ଅଭିନେତା ଏକାଠି ଆସୁଥିବାରୁ ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।କାନପୁରର ଜଲି ଏବଂ ମିରଟ ଏଥର କୋର୍ଟରେ ମୁହାଁମୁହିଁ ହେବା ନେଇ ଟିଜରରେ ଦର୍ଶାଯାଇଛି। ଯାହାକି ସିନେମାର ରୋମାଞ୍ଚ ବୃଦ୍ଧି କରିବାରେ ଯଥେଷ୍ଟ ଫଳପ୍ରଦ ହୋଇପାରେ।

ଏହି ଫିଲ୍ମରେ ଅକ୍ଷୟ ଏବଂ ଅରଶଦଙ୍କ ବ୍ୟତୀତ ଅଭିନେତା ସୌରଭ ଶୁକ୍ଲା ମଧ୍ୟ ନଜର ଆସିବେ। ଶେଷ ଦୁଇଟି ଭାଗରେ ସୌରଭ ଜଜ୍ ସାହେବ ସୁନ୍ଦର ଲାଲ ତ୍ରିପାଠିଙ୍କ ଚରିତ୍ରରେ ଦର୍ଶକ ମାନଙ୍କୁ ହସାଇ ସମସ୍ତଙ୍କ ହୃଦୟ ଜିତିବାରେ ସଫଳତା ହାସଲ କରିଥିଲେ।

ତେବେ ଅକ୍ଷୟ କୁମାର ଏବଂ ଅରଶଦ ୱାରସିଙ୍କ ଏହି କମେଡି ଫିଲ୍ମ ୧୯ ସେପ୍ଟେମ୍ବର ୨୦୨୫ରେ ମୁକ୍ତିଲାଭ କରିବା ନେଇ ଘୋଷଣା କରାଯାଇଛି।

 

Comments are closed.